Friday, March 29, 2024

Top 5 This Week

Related Posts

ବେଆଇନ ଭାବେ ଚାଲିଥିବା ସହରର ୩ ଗୋଟି କ୍ଳିନିକକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ !

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୩୦/୧୦) : ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦିନ ବେଆଇନ ଭାବେ ଚାଲିଥିବା ସହରର ୩ ଗୋଟି କ୍ଳିନିକକୁ ସିଲ କରାଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ବେଆଇନ ଭାବେ ଚାଲିଥିବା ସହରର ନଟରାଜ ଡାଇଗ୍ନୋଷ୍ଟିକ, ପ୍ରଧାନ ଡେଣ୍ଟାଲ କ୍ଳିନିକ ଓ ଶ୍ରୀସାଇ ଡେଣ୍ଟାଲ କ୍ଳିନିକ୍ କୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଉକ୍ତ କ୍ଳିନିକ ଗୁଡିକ ସରକାରଙ୍କ ନିୟମ ଅନୁଯାୟୀ ଚଳାଉନଥିବା ଯୋଗୁଁ ସିଲ କରାଯାଇଥିବା ଜଣାପଡିଛି । ଚଢାଉ ସମୟରେ ଉପଜିଲ୍ଲାପାଳ ସନତ କୁମାର ନାଏକ, ଅତିରିକ୍ତ ତହସିଲଦାର ମହମ୍ମଦ ରାଜେରସୁଲ, ଡା .ବିଜୟ କୁମାର ଦାଶ, ଜିଲ୍ଲା ଡ୍ରଗ ଇନିସପେକଟର ସନ୍ତୋଷ କୁମାର ପ୍ରଧାନ ଓ ପୋଲିସ କର୍ମଚାରୀମାନେ ସାମିଲ ଥିଲେ । ଏ ନେଇ ଜିଲ୍ଲା ଡ୍ରଗ ଇନିସପେକଟର ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ସରକାରଙ୍କ ନିୟମ ଅନୁଯାୟୀ ଆବଶ୍ୟକୀୟ କାଗଜପତ୍ର (କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ୍ ପଞ୍ଜିକରଣ ପ୍ରମାଣପତ୍ର) ନଥିବାରୁ କ୍ଲିନିକ୍ ଗୁଡିକୁ ସିଲ କରାଯାଇଥିବା ସୂଚନା ଦେଇଛନ୍ତି ।

Popular Articles