ପ୍ରୋଗ୍ରେସିଭ ସିଟୀଜେନ ତରଫରୁ ମାଲକାନଗିରିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ରିପୋର୍ଟ: ଅସୀମ ବିଶ୍ୱାସ
ମାଲକାନଗିରି (୦୨/୧୦): ଆଜି ସ୍ଥାନୀୟ ନଗରଭବନ ରେ ପ୍ରୋଗ୍ରାସିଭ୍ ସିଟିଜେନ ଫୋରମ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଯୋଗଦେଇଥିଲେ ।

ଜିଲ୍ଲାର ୨୭ତମ ପ୍ରତିଷ୍ଠା ଉପରେ ନିଜ ଅଭିଭାଷଣରେ ଜିଲ୍ଲା ର ବିଭିନ୍ନ ପ୍ରକଳ୍ପ ଯଥା ରେଳ ଲାଇନ, ମେଡିକାଲ କଲେଜ, ଶିଳ୍ପ ପ୍ରତିଷ୍ଠାନର ଆବଶ୍ୟକତାକୁ ନେଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ନିମାଇଁ ସରକାର, ଜିଲ୍ଲା ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଦିଆମୀ, ଜିଲ୍ଲାର ବିକାଶ ଏବଂ ଅଗ୍ରଗତି ସମ୍ପର୍କରେ ନିଜ ଯୁକ୍ତିବାଢି ଥିଲେ । ଜିଲ୍ଲା ଗଠନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁବାବୁଙ୍କ ଅବଦାନକୁ ମନେପକାଇ ଥିଲେ ।

Comments are closed.