କୋଦଳା ବିଜେପିର ଗାନ୍ଧୀ ଜୟନ୍ତୀ ପାଳନ ଓ ସଂକଳ୍ପ ଯାତ୍ରା ଆରମ୍ଭ

ରିପୋର୍ଟ – ଜଗନ କୁମାର ସେଠୀ
ଗଞ୍ଜାମ(୦୨/୧୦): ଅକ୍ଟୋବର ୨ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ କବିସୂର୍ଯ୍ୟନଗର ଭାରତୀୟ ଜନତା ପାର୍ଟି ପକ୍ଷରୁ କୋଦଳା ଠାରେ ଆରମ୍ଭ ହୋଇଛି ପଦଯାତ୍ରା | ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଛି ଏହି ପଦଯାତ୍ରା | ୧୫ ଦିନରେ ୧୫୦ କିଲୋମିଟର ବୁଲି ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ଦଳ ପକ୍ଷରୁ ସ୍ଥିର କରାଯାଇଛି |

ଏହି ପଦଯାତ୍ରା ଅକ୍ଟୋବର ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଗାନ୍ଧୀଙ୍କ ସ୍ବପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ସଚେତନତା କରାଯାଉଛି | ସ୍ବଚ୍ଛ ଭାରତ ମିଶନ୍, ସିଗଂଲ ୟୁଜ୍ ପ୍ଲାଷ୍ଟିକ ବର୍ଜନ, ମଦମୁକ୍ତ ଓଡିଶା ସହ ଜଳ ସଂରକ୍ଷଣର ବାର୍ତ୍ତା ଦିଆଯାଉଛି | ଏହି ପରିପ୍ରେକ୍ଷୀରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ କୋଦଳା ଠାରେ ସହର ପରିକ୍ରମା ପୂର୍ବକ ପଦଯାତ୍ରା ମାଧ୍ୟମରେ ସଚେତନତା କରାଯାଇଛି | କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଥିବା ରଂଜନ ପଲେଇ, ବରିଷ୍ଠ ବିଜେପି ନେତା ମହେଶ୍ବର ମହାନ୍ତିଙ୍କ ସମେତ ବହୁ ମଣ୍ଡଳ ସ୍ତରୀୟ କର୍ମକର୍ତ୍ତା ଓ ମହିଳା ମାନେ ଯୋଗଦେଇ କୋଦଳା ସହର ପରିକ୍ରମା କରି ସଚେତନତା କରାଇଥିଲେ | ଏହି ଅବସରରେ କୋଦଳା ମୁଖ୍ୟ ଛକରେ ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି |

Comments are closed.