ପ୍ରାଥମିକ ଶିକ୍ଷକ ସଂଘ ୪ ଦଫା ସମ୍ବଳିତ ଦାବି ପତ୍ର : ଜାତୀୟ ପେନସନ ଯୋଜନା କୁ ଉଚ୍ଛେଦ !

0
161
ପ୍ରାଥମିକ ଶିକ୍ଷକ ସଂଘ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୯/୧୦) : ବିଭିନ୍ନ ଦାବି ନେଇ ବୌଦ୍ଧ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ୪ ଦଫା ସମ୍ବଳିତ ଦାବି ପତ୍ର ଏକ ବିଶାଳ ଶୋଭାଯାତ୍ରା ରେ ଯାଇ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି ।

ଦାବିଗୁଡିକ ହେଲା ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି (୨୦୦୧) ଠାରୁ ସ୍ଵେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ, ଜୁନିୟର ଟିଚର contractual ଭାବେ ବିଭିନ୍ନ ନାମରେ ନିୟୋଜନ ହୋଇଥିବା ଶିକ୍ଷକ ଙ୍କ ଚୁକ୍ତି ଭିତ୍ତିକ ଅବଧି କୁ ମୂଳ ଚାକିରୀ ରେ ଗଣନା ସହ ୬ ଟି increment ପ୍ରଦାନ କରାଯାଉ । ପ୍ରାଥମିକ ଶିକ୍ଷକ ସଂଘ ୪ ଦଫା ସମ୍ବଳିତ ଦାବି ପତ୍ର ଜାତୀୟ ପେନସନ ଯୋଜନା କୁ ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରାଯାଉ । ପ୍ରାଥମିକ ଶିକ୍ଷକ ଙ୍କୁ ୨୮୦୦ ଗ୍ରେଡ଼ ପେ ପ୍ରଦାନ କରାଯାଉ । Ex-cadre ଉଚ୍ଛେଦ କରାଯାଉ । ଉପୋରକ୍ତ ସମସ୍ତ ଦାବିନେଇ ଶତାଧିକ ଶିକ୍ଷକ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ବାହାରି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ଯାଇଥିଲେ ।

ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ NPS ସଂଘ ର ବ୍ଲକ ସଭାପତି ରାଜକୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରତିବାଦ ସଭା ହୋଇଥିଲା । ଉକ୍ତ ସଭା ରେ ରାଜ୍ୟ NPS ସଂଘ ଉପ -ସଭାପତି ଶମ୍ଭୁ ଗିରି, ପ୍ରାଥମିକ ଶିକ୍ଷକ ଜିଲ୍ଲା ସଭାପତି ଦିଲୀପ ପ୍ରଧାନ, ଉପଦେଷ୍ଟା ବିରଞ୍ଚି ପ୍ରଧାନ, ମିଳିତ ଶିକ୍ଷକ ସଂଘ କଣ୍ଟାମାଲ ବ୍ଲକ ସଭାପତି ନୀଳାଞ୍ଚଳ ଭୋଇ ସମ୍ପାଦକ ଶିଶିର ଖଟୁଆ ଉପ ସଭାପତି ସୁଦାମ ଚରଣ ମିଶ୍ର, ଜିଲ୍ଲା ଏକ୍ସ କାଡ଼ର୍ ଶିକ୍ଷକ ସଂଘ ର ସଭାପତି ବିରେନ ଦାସିଆ, ଜିଲ୍ଲା BEd ସଂଘ ସଭାପତି ସୌମିତ୍ରୀ ପଲିଆ, ଜିଲ୍ଲା ସମ୍ପାଦକ ମହେଶ ସେଠୀ ପ୍ରମୁଖ ଉଦବୋଧନ ଦେଇ ସରକାର ତୁରନ୍ତ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ପ୍ରକିୟା ରେ NPS ଶିକ୍ଷକ ଙ୍କୁ ସାମିଲ କରା ନ ଗଲେ ରାଜ ରାସ୍ତା କୁ ଓଲ୍ହାଇବା ସହ ସରକାରୀ କଳ କୁ ସମ୍ପୂର୍ଣ ଅଚଳ କରାଯିବ ବୋଲି ମତ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମ ରେ ଜିଲ୍ଲା ଉପସଭାପତି ରଂଜିତା ମିଶ୍ର, ବସନ୍ତ ବିଶ୍ୱାଳ, ସାଙ୍ଗଠନିକ ସମ୍ପାଦକ ଧରଣୀ ଧର ମେହେର, ରାମଚନ୍ଦ୍ର ସାହୁ, ଅନାଦି ଚରଣ ବେହେରା, କୋଷାଧକ୍ଷ ସନ୍ତୋଷ କର୍ଣ୍ଣ, ମିଡ଼ିଆ ସଂଯୋଜକ ବିଜୟ କୁମାର ସାହୁ, କାର୍ଯ୍ୟକାରି ସଭ୍ୟ ରେଣୁପ୍ରଭା ବେହେରା, ଚାପାଧାରୀ ପାତ୍ର, ପ୍ରଦୀପ ତରିଆ, ପ୍ରଦୀପ ସାହୁ, ବ୍ଲକ କର୍ମକର୍ତ୍ତା ରଜତ କୁମାର ନାଏକ, ଅଶେଷ ପ୍ରଧାନ, ପ୍ରମୋଦ ପାଣିଗ୍ରାହୀ, ସରୋଜ ସାହୁ, ପ୍ରସନ୍ନ ଭୁକ୍ତା, ଅଜୟ ମିଶ୍ର, ନୀଳାଚଳ ବିହାରୀ ମିଶ୍ର, ଜୟନ୍ତୀ ବେହେରା, ଉତ୍ତମ ନାଏକ, ବିଜୟିନୀ ପାତ୍ର, ମମତା ବେରିହା, ସୁଶାନ୍ତ ପଣ୍ଡା, ଦୂର୍ଗା ଶଙ୍କର ପରିଜା, ମିଳିତ ଶିକ୍ଷକ ସଂଘ ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ, ସମ୍ପାଦକ ବାମଦେବ ଦାସ, ସୁବାସ ଚନ୍ଦ୍ର ପ୍ରଧାନ, ରଞ୍ଜିତ ଷଡଙ୍ଗୀ, ଅଜୟ ପ୍ରଧାନ, ସୁଶାନ୍ତ ଅମାତ, ନିରାକାର ସାହୁ, ପଞ୍ଜନା ପାଢ଼ୀ ଉପଦେଷ୍ଟା ଲୋକନାଥ ପାଢ଼ୀ, ଗୌରୀ ପ୍ରସାଦ ସାହୁ ସୁଧୀର ପଟ୍ଟନାୟକ, ଳକ୍ଷ୍ମିନ୍ଦ୍ର ଥାପା, ବୀର ବିକ୍ରମ ପ୍ରଧାନ, ରଶ୍ମୀ ରଞ୍ଜନ ଦାସ, ଦୁର୍ଗାମାଧବ ଆଚାର୍ଯ୍ୟ, ଶ୍ରିବନ୍ତ ନାୟକ, ନିରଞ୍ଜନ ମେହେର, ଦେବେନ୍ଦ୍ର ହାତୀ, ସନ୍ତୋଷ କୁମାର ସାହୁ, ଜୟନ୍ତୀ କାନୁନଗୋ, ପ୍ରମୁଖ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।