Friday, March 29, 2024

Top 5 This Week

Related Posts

ରାୟଗଡ଼ା ବ୍ଲକ୍ ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା (୨୯/୧୦) : ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ଆନୁକୁଲ୍ୟରେ ତଥା ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ସ୍ୱାଧାଦେବ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ଜିଲ୍ଲାର ଏଗାର ଗୋଟି ବ୍ଲକ୍ ଠାରେ ରାୟଗଡ଼ା ବ୍ଲକ୍ ସ୍ତରୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଶନିବାର ପାଳିତ ହୋଇଯାଇଅଛି ।

ସେହିଭଳି ରାୟଗଡ଼ା ବ୍ଲକ୍ ସଦଭାବନା ଗୃହ ଠାରେ ରାୟଗଡ଼ା ବ୍ଲକ୍ ସ୍ତରୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ତଥା ରାଜ୍ୟ ବିପର୍ଯ୍ୟୟ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ା ଉପ ଜିଲ୍ଲାପାଳ ଶ୍ରୀ ଭୀମସେନ ଶବର ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ସମସ୍ତ ସରକାରୀ ବିଭାଗୀୟ ଅଧିକାରୀ, ନିର୍ବାଚିତ ପ୍ରତିନିଧି ଓ ଜନସାଧାରଣଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନ କରାଇଥିଲେ ।

ଅନ୍ୟତମ ଅତିଥିଙ୍କ ମଧ୍ୟରେ ରାୟଗଡ଼ା ତହସିଲଦାର ଶ୍ରୀ ତାପସ ରାଉତ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁ ଚରଣ ନାୟକ, ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ସୁନୀଲ ପ୍ରସାଦ ମହାପାତ୍ର, ସହକାରୀ ଯନ୍ତ୍ରୀ ଏ ସାନମୁଖା ରାଓ ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ, ରାୟଗଡ଼ା ସିଡିପିଓ ମୀନାକ୍ଷୀ ଦାଶ, ଜି.ପି.ଇ. ଓ ଗୋପାଳ ପଣ୍ଡା , ସ୍ଵେଚ୍ଛାସେବୀ ଅନୁଷ୍ଠାନ ଭାର୍ଚ୍ୟୁ ର ନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ରଭାନୁ ସିଂ, ଶିକ୍ଷା ବିଭାଗ ରୁ ଏ ବି ଇ ଓ ୱାଂଗ୍ରାହୀ ଶବର ଓ ଛବିଲାଲ ସିଂ, ସମସ୍ତ ସି ଆର ଆଇ ସି ପ୍ରମୁଖ ଯୋଗଦେଇ ଥିଲେ ।

୧୯୯୯ ମସିହାର ମହାବାତ୍ୟାର ତାଣ୍ଡବ ପରେ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି ଯୋଜନା, ବିପର୍ଯ୍ୟୟ ସମୟରେ ଧନ, ଜୀବନ ର ସୁରକ୍ଷା ତଥା ବିପର୍ଯ୍ୟୟ ପରେ କ୍ଷୟ କ୍ଷତିର ଆକଳନ ସହ ଉଦ୍ଧାର ବିଷୟରେ ପ୍ରୋଜେକ୍ଟର ମାଧ୍ୟମରେ ଆଲୋଚନା କରାଯାଇଥିଲା ।

ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଙ୍ଗଲ, ମହିଳା ଓ ଶିଶୁ ବିକାଶ, ଜୀବିକା ମିଶନ, ବ୍ଲକର ସମ୍ପ୍ରସାରଣ ଅଧିକାରୀ ବୃନ୍ଦ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଆଦି ଯୋଗଦେଇଥିଲେ । ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତା ବେହେରା ଏହାର ପରିଚାଳନା କରିଥିଲେ । ଏବିଡିଓ ଶ୍ରୀ କାଳୁ ଚରଣ ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Popular Articles