ରାଜଗାଙ୍ଗପୁରର ବିଭିନ୍ନ ସ୍ଥାନରେ ୧୫୦ତମ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳିତ

ରିପୋର୍ଟ: ରାଜେଶ କୁମାର ଜେନା
ସୁନ୍ଦରଗଡ଼(୦୧/୧୦): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ୧୫୦ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ରାଜଗାଙ୍ଗପୁର ମୁନିସିପାଲିଟି ତରଫ ରୁ ଏକ ପରିଷ୍କାର ରଖିବା ପାଇଁ ଜନ ସାଧାରଣ ଏକ ବାର୍ତ୍ତା ଦେଇଥିଲେ । ପ୍ରତ୍ୟେକ ସ୍କୁଲ ଛାତ୍ରଛାତ୍ରୀ ଏବଂ ରାଜଗାଙ୍ଗପୁରର ବିଜୁ ଯୁବା ବାହିନୀ ମିଳିତ ଆନୁକୂଲ୍ୟରେ ସଫେଇ କାର୍ଯ୍ୟକ୍ରମ ସହ ପଲିଥିନ ବ୍ୟବହାର ନ କରିବାକୁ ସ୍ଲୋଗାନ ଦେଇ ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାଟ କାର୍ଡ ଧରିଥିଲେ ।

ଯୁବ ଗୋଷ୍ଠୀ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ସଫା କରୁଥିଲେ । ଶେଷରେ ବସଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଏକ ସଭା ଆୟୋଜନ କରାଯାଇଥିଲା । ଏଥିରେ କୃତି ଛାତ୍ରଛାତ୍ରୀ ଏବଂ ବିଜୁ ଯୁବା ବାହିନୀ ମାନଙ୍କୁ ପୁରସ୍କୃତ କରିଥିଲେ । ଆଗାମୀ ଦିନରେ ପ୍ଲାଷ୍ଟିକ ମୁକ୍ତ ସ୍ୱଚ୍ଛତା ରହିବା ପାଇଁ ଏକ ଶପଥ ପାଠ କରିଥିଲେ । ଏବଂ ଏହାକୁ ଗୁରୁତ୍ୱପୁର୍ଣ ଭାବରେ କାର୍ଯ୍ୟ କରିବାକୁ ବୁଝାଉଥିଲେ । ଏହି ଅବସରରେ ଅତିଥି ଭାବରେ ଡ଼ ଐସର୍ଯ୍ୟ ପାଣିଗ୍ରାହୀ, ପୌରପାଳିକ ଯନ୍ତ୍ରୀ ରାଜେନ୍ଦ୍ର ଜେନା, ବରିଷ୍ଠ ସାମ୍ବାଦିକ ଜରିଧାରୀ ପଟ୍ଟନାୟକ ଯୋଗ ଦେଇଥିଲେ ।

Comments are closed.