Friday, March 29, 2024

Top 5 This Week

Related Posts

ବିପର୍ଯ୍ୟୟ ପରିଚାଳନା ଦିବସ ପାଳିତ କୌଶଳ ପ୍ରଦର୍ଶନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୧୦) : ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପାଳନ ଅବସରରେ ବନ୍ୟା, ବାତ୍ୟା ଓ ଅଗ୍ନିକାଣ୍ଡରୁ କିପରି ରକ୍ଷା ପାଇପାରିବା କୌଶଳ ଅଗ୍ନିଶମ ବିଭାଗ ଦ୍ୱାରା ପ୍ରଦଶନ କରିଥିଲେ ।

ଏହି ଦିବସରେ ସ୍ଥାନୀୟ ବାରାଣସୀ ସ୍କୁଲ ପଡିଆ ଠାରେ ସଚେତନ ସଭା ବି ଡି ଓ କପିଳେଶ୍ୱର ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସ୍କୁଲ ର ପ୍ରଧାନ ଶିକ୍ଷକ ସ୍ଵାଗତ କରିଥିଲେ ଓ ସମସ୍ତ ଅଙ୍ଗନବାଡ଼ି କର୍ମୀ ସୁପର ଭାଇଜର ପି ଇ ଓ ସହକାରୀ ଯନ୍ତ୍ରୀ ବିଶ୍ଵନାଥ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଅଗ୍ନିଶମ ଅଧିକାରି ସୁଶାନ୍ତ କୁମାର ସେଠୀ ଓ ତାଙ୍କ କର୍ମଚାରୀ ମାନେ ଗ୍ୟାସ ସିଲିଣ୍ଡର ରେ ଅଗ୍ନି ଲଗାଇଲେ ଓ ବିପର୍ଯ୍ୟୟ ରୁ ରକ୍ଷା କରିବା ପରେ କିପରି ଉଦ୍ଧାର ହେବ ଜଳସିଞ୍ଚନ ଗଛକଟା ସମ୍ପର୍କରେ କୌଶଳ ର ପ୍ରୟୋଗ ଓ କିପରି ରକ୍ଷା ମିଳିବ ତାହା ବିଷଦ ଭାବେ ବୁଝାଇଥିଲେ । ଶିକ୍ଷକ ଅଶୋକ ଗୌଡ ଧନ୍ୟବାଦ୍ ଅର୍ପଣ କରିଥିଲେ ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ ।

Popular Articles