Advertisements
Tuesday, June 2, 2020
Home District News ରାୟଗଡ ସହରରେ ବୃଦ୍ଧି ପାଉଛି ନେଟ୍ଓ୍ବାର୍କିଙ୍ଗ ଵ୍ୟଵସାୟ, ଠକାମୀର ଶିକାର ହେଉଛନ୍ତି ନିରିହ ଯୁବକ ଯୁବତୀ

ରାୟଗଡ ସହରରେ ବୃଦ୍ଧି ପାଉଛି ନେଟ୍ଓ୍ବାର୍କିଙ୍ଗ ଵ୍ୟଵସାୟ, ଠକାମୀର ଶିକାର ହେଉଛନ୍ତି ନିରିହ ଯୁବକ ଯୁବତୀ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅମୁଲ୍ୟ ନିସଙ୍କ
ରାୟଗଡ଼ା(୦୨/୧୦): ରାୟଗଡା ସହରର ଜେକେପୁର ରାସ୍ତାର ତନକି ଫାଟ ବା ଗେଟ ନିକଟ ଡାଲି ମିଲ କୁହାଯାଉଥିବା କୋଠାରେ ଏକ ବୋର୍ଡ ଲାଗିଛି ଓ ସେଠାରୁ ହଜାର ହଜାର ସଂଖ୍ଯାରେ ଯୁବକ ଯୁବତୀ ହାତରେ ଖଣ୍ଡେ ଖାତା ଧରି ବାହାରୁଛନ୍ତି ସେମାନେ କିଏ ଓ କେଉଁ ଠାରୁ ଆସିଛନ୍ତି ଏବଂ କାହିଁକି ଆସିଛନ୍ତି ସାଧାରଣରେ ପ୍ରଶ୍ନ ହେଉଛି । ସେମାନଙ୍କୁ ପଚାରିଲେ ଅନେକଙ୍କ ପାଟିରୁ ଭାଷା ବାହାରୁ ନାହିଁ ।

ପିଲାଙ୍କ ଗତି ବିଧି ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରୁ ନ ଥିବାରୁ ସନ୍ଦେହ ଘନିଭୂତ ହେଉଛି । ପରିଚାଳକଙ୍କୁ ଏ ସମ୍ପର୍କରେ ପଚାରିବାକୁ ଆମେ ଅନେକ ଚେଷ୍ଟା କରିଥିଲୁ କିନ୍ତୁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ପରିଚାଳକମାନେ ବାହାର ରାଜ୍ୟର ବୋଲି ସେଠାରେ ରହିଥିବା ଯୁବକ ମାନେ ସୂଚନା ଦେଇଛନ୍ତି । ଏହି ସଂସ୍ଥାରେ ପଞ୍ଜିକରଣ କରିଥିବା ଯୁବକ ଯୁବତୀ ଟଙ୍କା ଜମା ଦେଇ ନିରାସ ହୋଇ ଗାଁକୁ ଫେରିଯାଉଥିବା ମଧ୍ଯ ଅଭିଯୋଗ ଶୁଣିବାକୁ ମିଳୁଛି । ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଡାଲି ମିଲ ପାଖରେ ଏକ ଘରୋଇ ସଂସ୍ଥା ରହିଛି ଯାହାର ନାମ ରାଧାକ୍ରିଷ୍ଣା ଆଶୋସିଏଟ ଫ୍ରାଞ୍ଚାଇଜ ଗ୍ଲେଜ୍ ଟ୍ରେଡିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ନାମରେ ଏକ ବୋର୍ଡ ଲାଗିଛି । ଏଠାରେ କୌଣସି ପ୍ରକାରର ନିଯୁକ୍ତି ଦିଆଯାଏ ନାହିଁ ବୋଲି ଉଲ୍ଲେଖ ରହିଛି ତେବେ କଣ ଦିଆଯାଉଛି ସାଧାରଣରେ ପ୍ରଶ୍ନ ହେଉଛି ?

ରାୟଗଡା ସହରରେ ଗତ କିଛି ମାସ ହେଉଛି ହଜାର ହଜାର ସଂଖ୍ଯାରେ ବିଭିନ୍ନ ଭାଷାଭାଷୀ ଯୁବକ ଓ ଯୁବତୀଙ୍କ ଲମ୍ବାଧାଡି ଗଳିକନ୍ଦିରେ ଦେଖିବାକୁ ମିଳୁଛି । ପ୍ରଶାସନ କିମ୍ବା ସାଧାରଣ ଲୋକଙ୍କ ପାଖରେ ଏହାର ଖବର କିଛି ନାହିଁ ଏମାନେ କିଏ କେଉଁ ଠାରୁ ଆସିଛନ୍ତି । କାହିଁକି ଆସିଛନ୍ତି ଓ କ’ଣ ପାଇଁ ଏପରି ଏପଟେ ସେପଟେ ବୁଲୁଛନ୍ତି । ଏହାର କୌଣସି ସଠିକ ଖବର କାହା ପାଖନରେ ନଥିବା ଜଣାପଡିଛି । କେହି ଅଧିକାରୀ ଏ ସମ୍ପର୍କରେ କାହାରିକୁ ପଚରା ଉଚରା ବା ଜେରା କରିନଥିବେ ବୋଲି ସନ୍ଧେହ ହେଉଛି । ଜିଲ୍ଲାର କିଛି ଉଚ୍ଚ ସ୍ତରୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ପଚାରି ବୁଝିଥିଲୁ । କିନ୍ତୁ ସେହି ଅଧିକାରିଙ୍କ ପାଖରେ ମଧ୍ଯ କୌଣସି ଖବର ନାହିଁ । ଜିଲ୍ଲା ପ୍ରଶାସନ ହେଉ କିମ୍ବା ପୋଲିସ ପ୍ରଶାସନ ହେଉ ଅଥବା ବ୍ଯବସାୟ ସହିତ ଯୋଡିତ ସଂସ୍ଥା ବାଣିଜ୍ଯକର କିମ୍ବା ଆୟକର ବିଭାଗ ପାଖରେ ମଧ୍ଯ ସବିଶେଷ ତଥ୍ଯ ନଥିବା ବିଭାଗୀୟ ଅଧିକାରୀଙ୍କ କଥା ବାର୍ତ୍ତାରୁ ଜଣାପଡୁଛି । ଜାଣିଲେ ଆଶ୍ଚର୍ଯ୍ଯହେବେ ଏ ହେଉଛି ଏକ ନେଟ୍ଓ୍ବାର୍କିଙ୍ଗ ମାର୍କେଟିଂ ସଂସ୍ଥା  ଗରିବ ପରିବାରର ଯୁବକ ଯୁବତୀଙ୍କୁ ଶୋଷଣ କରୁଥିବାର ଏକ ସଂସ୍ଥା ବୋଲି ସାଧାରଣରେ ଅଭିଯୋଗ ହେଉଛି । ଏହି ସଂସ୍ଥାରେ ପ୍ରାୟ ଏକ ହଜାରରୁ ଅଧିକ ଯୁବକ ଯୁବତୀ ଜଣେ ଜଣେ ପ୍ରାୟ ୧୫୦୦୦ ରୁ ୨୫୦୦୦ ଟଙ୍କା ଲେଖାଏଁ ଜମାଦେଇ ଟ୍ରେନିଂ ନେଉନ୍ତି ଏବଂ କମ୍ପାନୀର ବିଭିନ୍ନ ପ୍ରୋଡକ୍ଟ ସେଲ କରି ଅର୍ଥ ଉପାର୍ଜନ କରିବେ ବୋଲି କୁହାଯାଉଛି, ଜଣେ ପଞ୍ଜିକୃତ ସଦସ୍ଯ ଯେତେ ପିଲାଙ୍କୁ ଆଣିବ ତା ପାଇଁ ସେତିକି କମିଶନ ମିଳିବ ବୋଲି କୁହାଯାଉଛି ପୁଣି ସାମଗ୍ରୀ ବିକି ଅର୍ଥ ଉପାର୍ଜନ କରିବ | ଏଭଳି ଅନେକ ସଂସ୍ଥା ରାୟଗଡା ସହରକୁ ଆସିଥିଲେ ଏବଂ କୋଟିକୋଟି ଟଙ୍କା ନେଇ ରାତାରାତି ଫେରାର ହୋଇଛନ୍ତି ସେଥିରେ ହଜାର ହଜାର ବେକାରୀ ଯୁବକ ଓ ଯୁବତୀ ତଳିତଳାନ୍ତ ହୋଇଛନ୍ତି ଏକଥା କାହାକୁ ଅଛପା । ସଂସ୍ଥା ଫେରାର ହେବା ପରେ ସମସ୍ତେ ଜିଲ୍ଲା ପ୍ରଶାସନ ପାଖରେ ଗୁହାର କରନ୍ତି । ପ୍ରଶାସନ ଯେତିକି ବେଳକୁ ତତ୍ପରତା ହୋଇ ଉଠିବ ସେତିକି ବେଳକୁ ସବୁକିଛି ସରିଯାଇଥାଉଛି । ଚିଟଫଣ୍ଡର ଦୁଃଖଦ କାହାଣୀ ଲୋକଙ୍କ ମନରୁ ହଟିନାହିଁ ଏଭଳି ସଂସ୍ଥା ସେହି ଗରିବ ପରିବାରର ମାଁ ବାପାଙ୍କ ଆର୍ଥିକ ମେରୁଦଣ୍ଡକୁ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ ହେଉଛି ।
ଗତ ଦୁଇବର୍ଷତଳେ ଏଭଳି ଏକ ସଂସ୍ଥା ରାୟଗଡର ପୁରୁଣା ଏଲ୍ଆଇସି ଅଫିସ ପାଖରେ ତାର କାର୍ଯ୍ଯାଳୟ କରି ହଜାର ହଜାର ପିଲାଙ୍କୁ ଏଭଳି ବିଭିନ୍ନ ବେପାରର ଲୋଭ ଦେଖାଇ ଗରିବ ବେକାରୀ ପିଲାଙ୍କ ଠାରୁ ଅର୍ଥ ଲୁଟ କରି ସଂସ୍ଥା ଅଦୃଶ୍ଯ ହୋଇଯାଇଛି । ଏଭଳି ଅନେକ ଉଦାହରଣ ରହିଛି । ରାୟଗଡରେ ପ୍ରତିଷ୍ଠିତ ବର୍ଷାଶାଢୀ ଦୋକାନ ମାଲିକ ରାୟଗଡକୁ ଏକ ମାର୍କେଟିଂ ନେଟ୍ଓ୍ବାର୍କିଙ୍ଗ ସଂସ୍ଥା ଆଣିଥିଲେ ସଂସ୍ଥାରେ ହଜାର ହଜାର ଟଙ୍କା ଦେଇ ଜଏନ୍ ହୋଇଥିବା ବେକାରୀ ଯୁବକ ଯୁବତୀ ଅର୍ଥ ହରାଇଲେ କିନ୍ତୁ ସଂସ୍ଥାକୁ ଚଲାଉଥିବା ସେହି ବ୍ଯକ୍ତି ଆଜି ରାୟଗଡ ସହରର କୋଟିପତି ମାନଙ୍କ ମଧ୍ଯରେ ଜଣେ କୋଟି ପତି । ଆମେ କହୁନାହୁଁ ଆହାର ଆର୍ଥିକ ସ୍ଥିତିକୁ, ଭେଦଭାବ କରୁନାହିୁଁ ଭାଷାଭାଷି ଓ ସ୍ଥାନକୁ କିନ୍ତୁ ଏତିକି ସୁଚନା ଦେଉଛୁ ଜିଲ୍ଲା ପ୍ରଶାସନଙ୍କୁ ଏଭଳି ସଂସ୍ଥା ପ୍ରତି ମୂଳରୁ ଦୃଷ୍ଟି ଦେଲେ ଆଗକୁ କୌଣସି ଅପ୍ରିତିକର ପରସ୍ଥିତି ଉପୁଜିବ ନାହିଁ । ତେବେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଏଥି ପ୍ରତି କିପ୍ରକାର ପଦକ୍ଷେପ ନେଉଛନ୍ତି । ତାହା ସମୟ ହିଁ କହିବ ଏବଂ ଏହି ସଂସ୍ଥା ଆଗକୁ କଣ କରୁଛି ତାହା ଦେଖବାକୁ ବାକିରହିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: