Friday, March 29, 2024

Top 5 This Week

Related Posts

ଏନଏସି ପ୍ରଶାସନ ତରଫରୁ ଦିଆଯାଇଥିବା ଷ୍ଟଲ ଗୁଡିକରୁ ବକେୟା ଟଙ୍କା ଆଦାୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୧୦) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଏନଏସି ପ୍ରଶାସନ ତରଫରୁ ଦିଆଯାଇଥିବା ଷ୍ଟଲ ଗୁଡ଼ିକରୁ ୫ଟି ଷ୍ଟଲ ଦୀର୍ଘ ଦିନ ଧରି ଭଡା ଟଙ୍କା ଦେଉନଥିବାରୁ ଆଜି ଏନଏସି ପ୍ରଶାସନଙ୍କ ତରଫରୁ ମାଜିଷ୍ଟ୍ରେଟ ତଥା ବିନିକା ଅତିରିକ୍ତ ତହସିଲଦାର ଚାନ୍ଦିନୀ ମେହେର ଙ୍କ ଉପସ୍ଥିତି ରେ ଉକ୍ତ ଷ୍ଟଲ ଗୁଡିକରେ ଚଢ଼ାଉ କରାଯାଇଥିଲା ।

ପୂର୍ବରୁ ଅନେକ ଥର ଟଙ୍କା ବୁଝାଇବା ପାଇଁ ନୋଟିସ ଦିଆଯାଇଥିଲେ ହେଁ କେହି ଶୁଣୁନଥିଲେ । ଆଜି ବିନିକା ପୁରୁଣା ବସଷ୍ଟାଣ୍ଡ ରେ ୨ଟି ଷ୍ଟଲ ବକେୟା ଟଙ୍କା ଦେଇନଥିବାରୁ ସିଲ କରାଯାଇଥିବା ବେଳେ ଦୈନିକ ବଜାର ରୁ ଗୋଟିଏ ଷ୍ଟଲ ରୁ ୨୮ ହଜାର ୬ ଶହ ଟଙ୍କା ଏବଂ ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ର ୨ ଟି ଷ୍ଟଲ ରୁ ୭୨ ହଜାର ୬ ଶହ ଟଙ୍କା ଏନଏସି ପ୍ରଶାସନ ତରଫରୁ ବକେୟା ଟଙ୍କା ଆଦାୟ କରାଯାଇଛି । ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ, ଭାରପ୍ରାପ୍ତ ଟିକସ ଅଧିକାରୀ ଶ୍ରୀଧର ମହାନନ୍ଦିଆ ଙ୍କ ସମେତ ପୁଲିସ ଷ୍ଟାପ ସାମିଲ ଥିଲେ ।

Popular Articles