ଅସ୍ଥାୟୀ ପୌର କର୍ମଚାରୀ ଚାକିରୀ ରେ ସ୍ଥାୟୀ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

0
125
ଅସ୍ଥାୟୀ ପୌର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୧୦) : ସୁବର୍ଣ୍ଣପୁର ଜିଲ୍ଲାର ସୁବର୍ଣ୍ଣପୁର ପୌରପରିଷଦ, ବିନିକା ବିଜ୍ଞାପିତ ପରିଷଦ ଓ ତରଭା ବିଜ୍ଞାପିତ ପରିଷଦ ର ମିଳିତ ଆନୁକୂଲ୍ୟରେ ଅସ୍ଥାୟୀ ପୌର କର୍ମଚାରୀ ଆଜି ଜିଲ୍ଲାପାଳ ଙ୍କ ମାଧ୍ୟମରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।WhatsApp Image 2022 10 28 at 9.12.21 PM ଅସ୍ଥାୟୀ ପୌର କର୍ମଚାରୀ ଚାକିରୀ ରେ ସ୍ଥାୟୀ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ସେମାନଙ୍କ ଅନୁଯାୟୀ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୧୬୮୮୦ତା ୧୫.୫.୧୯୯୯ ତାରିଖରେ ପ୍ରକାଶିତ ଏକ ଚିଠି ଅନୁଯାୟୀ ଯେଉଁ ପୌର କର୍ମଚାରୀ ୧୦ ବର୍ଷ ଅସ୍ଥାୟୀ ଭାବରେ କର୍ତ୍ତବ୍ୟରତ ଥାଇ ସେମାନଙ୍କର କର୍ତ୍ତବ୍ୟ ସୂଚାରୁ ରୁପେ ସମ୍ପାଦନ କରିଥିବେ ଅସ୍ଥାୟୀ ପୌର କର୍ମଚାରୀ ଙ୍କୁ ସ୍ଥାୟୀ କରାଯିବ ବୋଲି ଉଲ୍ଲେଖ କରିଥିଲେ ହେଁ, ସେ କ୍ଷେତ୍ରରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଦ୍ୱ।ରା ସମସ୍ତ କର୍ମଚାରୀ ଏତେସ୍ୱଳ୍ପ ବେତନରେ ସେମାନଙ୍କ ପରିବାର ପ୍ରତିପୋଷଣ କ କରିବା ଦୁର୍ବିସହ ହୋଇପଡିବାସହ ସେମାନଙ୍କ ପରିବାର ବହୁ ଦୁର୍ଦ୍ଦିନରେ ଗତିକରୁଛନ୍ତି ।

ତେବେ ତାଙ୍କର ଅନେକ ଆଶାଥିଲା ଯେ ସରକାର ତାଙ୍କର ଦୁଃଖ ଶୁଣିବେ ଓ ତାଙ୍କର ସ୍ଥାୟୀ ନିଯୁକ୍ତି ହୋଇପାରିବ ସେ ହିସାବରେ ସେମାନେ ତଥା ତାଙ୍କର ପରିବାର ଚାତକ ପରି ଅପେକ୍ଷା ରତ ଥିଲେ ହେଲେ ନିକଟରେ ରାଜ୍ୟସରକାର ୫୭ ହଜାର ଅସ୍ଥାୟୀ କର୍ମଚାରୀ ଙ୍କୁ ସ୍ଥାୟୀ କରିଥିବା ବେଳେ ସେମାନଙ୍କ ନାମ ନଥିବା ଯୋଗୁଁ ସେମାନେ ହତୋତ୍ସାହିତ ହୋଇପଡିଛନ୍ତି ।WhatsApp Image 2022 10 28 at 9.12.20 PM ଅସ୍ଥାୟୀ ପୌର କର୍ମଚାରୀ ଚାକିରୀ ରେ ସ୍ଥାୟୀ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ଏବେ ମୁଖ୍ୟମନ୍ତ୍ରୀ ଙ୍କୁ ସେମାନଙ୍କ ପାଇଁ ସୁବିଚାର କରିବା ସହ ତାଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ନିବେଦନ କରି ଆଜି କର୍ମଚାରୀ ସଂଘ ର ଉପଦେଷ୍ଟା ବଳଦେବ ପ୍ରସାଦ ବେଦବାକ ଙ୍କ ସହ ସୋନପୁର, ବିନିକା ଓ ତରଭା ର ପୌର କର୍ମଚାରୀ କର୍ମକର୍ତ୍ତା ସୁଦାମ ଚନ୍ଦ୍ର ଦାଶ, ପିତବାସ ସା, କିଶୋର ତରିଆ, ରଞ୍ଜିତ ନାଗ, ବନମାଳୀ ନାଏକ, ରାଜେଶ ପାତ୍ର, ସୌଦାମିନୀ କୁମ୍ଭାର, ଗଣେଶର ସୁନା, ପ୍ରେମନାଥ ସୁରଗୁଜିଆ, ଅର୍ଜୁନ କଲେତ, ରମେଶ ବାଗ, ରାମଦାସ ବାଗ, ଡ଼ମ୍ବରୁ ବାଘ, ରାଜୁ ବାଘ, ବସନ୍ତ କଲେତ ବିରେନ୍ଦ୍ର ସିନ୍ଦ୍ରିଆ, କପିଳାସ ବାଘ, ମିନବାଘ, ଗୋପରଞ୍ଜନ ଷାଣ୍ଢ ପ୍ରମୁଖ କର୍ମଚାରୀ ଓ କର୍ମକର୍ତ୍ତା ଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ନେଇ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ମାର୍ଫତରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ସେମାନଙ୍କ ପ୍ରତି ସୁବିଚାର ପୂର୍ବକ ସେମାନଙ୍କୁ ସ୍ଥାୟୀ କର୍ମଚାରୀ ର ମାନ୍ୟତା ଦେବାକୁ ଏକ ଦାବିପତ୍ର ପ୍ରେରଣ କରିଛନ୍ତି ।