Thursday, March 28, 2024

Top 5 This Week

Related Posts

ସୋନପୁର ର ଘୋଡ଼ାଘାଟପଡ଼ା ଠାରେ ଚିତ୍ରଗୁପ୍ତ ପୂଜା ପାଳିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୧୦) : ସୋନପୁର ର ଘୋଡ଼ାଘାଟପଡ଼ା ଠାରେ ସୁବର୍ଣ୍ଣପୁର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ପକ୍ଷରୁ ଚିତ୍ରଗୁପ୍ତ ପୂଜା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି ।

ସୋନପୁର ର ଘୋଡଘାଟପଡା ଠାରେ ଚିତ୍ରଗୁପ୍ତ ପୂଜା ପାଳିତ । ପୁରୁଷ ଓ ମହିଳା ମାନେ ମହାନଦୀ ରୁ ଏକ କଲସ ଯାତ୍ରା ରେ ବାହାରି ପୂଜା ସ୍ଥଳ ରେ ପହଞ୍ଚି ଥିଲେ । ଚଳିତ ବର୍ଷ ପୂଜା ର କର୍ତ୍ତା ଭାବରେ ସୁବ୍ରତ ମହାନ୍ତି ଓ ତାଙ୍କର ସହଧର୍ମିଣୀ ଅର୍ଚ୍ଚନା ମହାନ୍ତି ଦାୟିତ୍ଵ ନିର୍ବାହ କରିଥିଲେ । ଜିଲ୍ଲା କରଣ ସମାଜ ର ସଭାପତି ପ୍ରକାଶ ଚନ୍ଦ୍ର ବେବର୍ତ୍ତା ଙ୍କ ସଭାପତିତ୍ତ୍ୱରେ ରେ ଅନୁଷ୍ଠିତ ସଭାରେ ମୂଖ୍ୟ ବକ୍ତା ଭାବେ ଡ ଜ୍ୟୋତି ରଞ୍ଜନ ବହିଦାର ଯୋଗଦାନ କରିଥିଲେ l ସମିତି ର ସାଧାରଣ ସମ୍ପାଦକ ଦେବ କିଶୋର ଦାନୀ ବାର୍ଷିକ ବିବରଣୀ ପଠନ କରିବା ସହିତ ଚିତ୍ରଗୁପ୍ତ କଲ୍ୟାଣ ସମିତି ର ମୂଳ ଉଦ୍ଦେଶ୍ୟ ଓ କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥିଲେ ।

ଶେଷରେ କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ । ପରେ ମହା ପ୍ରସାଦ ସେବନ କରାଯାଇ ଘୋଡ଼ାଘାଟପଡ଼ା ଠାରେ ଅନୁଷ୍ଠିତ ଚିତ୍ରଗୁପ୍ତ କଲ୍ୟାଣ ସମିତି ର ମହିଳା, ବାଳକ ଓ ବାଳିକା ଙ୍କୁ ନେଇ ରଙ୍ଗୋଲି ମହିଳା ଓ ବାଳିକା, ଚିତ୍ରାଙ୍କନ, କଉତୁକ ଓ ମିଉଜିକ ଚେୟାର, ନୃତ୍ୟ ଓ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ରେ ସମିତି ସଭାପତି ପ୍ରକାଶ ଚନ୍ଦ୍ର ବେବର୍ତ୍ତା ଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ମସ୍ୟ ଅଧିକାରୀ, ସମ୍ମାନିତ ଅତିଥି ସୋନପୁର ପୌର ପରିଷଦ ଉପାଧ୍ୟକ୍ଷ ମଲ୍ଲିକା ଦାନୀ, ମୁଖ୍ୟ ବକ୍ତା ମଦନ ମୋହନ ଦାନୀ ଓ ସମ୍ପାଦକ ଦେବ କିଶୋର୍ ଦାନୀ ଯୋଗ ଦେଇଥିବା ବେଳେ ସଭା କାର୍ଯ୍ୟକୁ ଡ ଜ୍ୟୋତି ରଞ୍ଜନ ବହିଦାର ପରିଚାଳନା କରିଥିଲେ ।

ଆଦ୍ୟାଶା ପଟ୍ଟନାୟକ, ରେଣୁବାଳା ଦାସ, ପୁଷ୍ପକ ରାୟ, ଉମେଶ ଚନ୍ଦ୍ର ଦାନୀ ଓ ସଞ୍ଜୟ ପଟ୍ଟନାୟକ ଙ୍କୁ ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ବିଭିନ୍ନ ପ୍ରତିଯୋଗୀତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପାତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଆଗାମୀ ବର୍ଷ ର କର୍ତ୍ତା ଭାବରେ ଏକାଧିକ ବ୍ୟକ୍ତି ଆବେଦନ କରିଥିବାରୁ ଅତିଥି ଙ୍କ ଉପସ୍ଥିତି ରେ ଲଟେରୀ ମାଧ୍ୟମରେ ଲଚ୍ଛିପୁର ଗ୍ରାମର ଗୋପାଲ ପଟ୍ଟନାୟକ ଓ ସନ୍ତୋଷିନି ପଟ୍ଟନାୟକ ଙ୍କ ନାମ ଉଠାଣ ରେ ବିବେଚିତ ହୋଇଥିଲେ l ବିଗତ ଦୁଇ ବର୍ଷ କରୋନା କଟକଣା ଯୋଗୁଁ ନିରାଡମ୍ୱର ଭାବରେ ପାଳନ କରାଯାଇଥିବା ବେଳେ ଚଳିତ ବର୍ଷ ମହା ଆଡ଼ମ୍ବରରେ ପୂଜା ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Popular Articles