ସୈନିକ କଲ୍ୟାଣ ସଂଘ ତରଫରୁ ତୃତୀୟ ସୈନିକ ସମ୍ବର୍ଦ୍ଧନା ଉତ୍ସବ

ରିପୋର୍ଟ: ଡିଳେଶ୍ୱର ବାଗ
ପଦ୍ମପୁର(୦୨/୧୦): ଆଜି ଅକ୍ଟୋବର ୨ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସୈନିକ କଲ୍ୟାଣ ସଂଘ ପଦ୍ମପୁର ତରଫ୍ ରୁ ତୃତୀୟ ସୈନିକ ସମ୍ବର୍ଦ୍ଧନା ଉତ୍ସବ ଆର ବି ହାଇସ୍କୁଲ ଠାରେ ଏକ ଆବେଗାତ୍ମକ ପରିବେଶ ଭିତରେ ଅନୁଷ୍ଠିତ ହେଇଯାଇଛି ।

ଅନେକ ସଂଖ୍ୟାରେ ବରିଷ୍ଠ ନାଗରିକ, ବୁଦ୍ଧିଜିବୀ ଓ ଅନ୍ୟାନ୍ୟ ବର୍ଗର ବ୍ୟକ୍ତି ମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ପରେ ଉଭୟ ଅବସର ପ୍ରାପ୍ତ ଓ କାର୍ଯ୍ୟରତ ସୈନ୍ୟ ମାନଙ୍କୁ ସମ୍ବର୍ଦ୍ଧନା ଞ୍କାପନ କରାଯାଇଥିଲା।

Comments are closed.