ଜନ ସ୍ୱାସ୍ଥ୍ୟ ବିଭାଗ ଅସ୍ଥାୟୀ କର୍ମଚାରୀ ଙ୍କ ସ୍ଥାୟୀ ନିଯୁକ୍ତି ଦାବୀ

0
273
ଜନ ସ୍ୱାସ୍ଥ୍ୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୧୦) : ରାଜ୍ୟ ଜନ ସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ଓ ରାଜ୍ୟ କର୍ମଚାରୀ ସଂଗ୍ରାମ ସମିତି ପକ୍ଷରୁ ବଲାଙ୍ଗୀର, ସୁବର୍ଣ୍ଣପୁର ଜିଲ୍ଲା ଅଧୀନସ୍ଥ ସମସ୍ତ କର୍ମଚାରୀ ବିଭାଗରେ ଥିବା ଅସ୍ଥାୟୀ କର୍ମଚାରୀ ଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଦାବୀ ଜଣାଇଛନ୍ତି ।WhatsApp Image 2022 10 28 at 10.02.47 AM 1 ଜନ ସ୍ୱାସ୍ଥ୍ୟ ବିଭାଗ ଅସ୍ଥାୟୀ କର୍ମଚାରୀ ଙ୍କ ସ୍ଥାୟୀ ନିଯୁକ୍ତି ଦାବୀ

ରାଜ୍ୟ ସରକାର ଗତ ୧୫ ତାରିଖରେ ବିଭିନ୍ନ ବିଭାଗରେ ରାଜ୍ୟ ର ୫୭ ହଜାର ଅସ୍ଥାୟୀ କର୍ମଚାରୀ ଙ୍କୁ ସ୍ଥାୟୀ ରୂପେ ନିଯୁକ୍ତି ଘୋଷଣା କରିଥିବା ବେଳେ ଦୀର୍ଘ ୨୦/୨୫ ବର୍ଷ ଧରି ଖରା ବର୍ଷା ଶୀତ କୁ ଖାତିରି ନ କରି ଜନ ସାଧାରଣ ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରି ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନା କରି ଆସୁଥିବା ଜନ ସ୍ୱାସ୍ଥ୍ୟ ବିଭାଗ ର ସି ଏଲ ଆର୍ ଓ ଏଚ୍ ଆର୍ ଅସ୍ଥାୟୀ କର୍ମଚାରୀ ଙ୍କୁ ସ୍ଥାୟୀ ନ କରି ଘୋର ଅଣଦେଖା କରିଛନ୍ତି ।

ତେଣୁ ଆଜି ରାଜ୍ୟ ଜନ ସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ଓ ରାଜ୍ୟ କର୍ମଚାରୀ ସଂଗ୍ରାମ ସମିତି ପକ୍ଷରୁ ବଲାଙ୍ଗୀର, ସୁବର୍ଣ୍ଣପୁର ଜିଲ୍ଲା ଅଧୀନସ୍ଥ ସମସ୍ତ କର୍ମଚାରୀ ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରି ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ପ୍ରେରଣ କରାଯାଇଥିବା ଏହି ଦାବିପତ୍ରରେ ଜୋନାଲ୍ ସମ୍ପାଦକ ସଦାଶିବ ବିଶୋଇ, ଶାଖା ସମ୍ପାଦକ ସତ୍ୟନାରାୟଣ ବଗର୍ତ୍ତୀ, ୟାକୁବ୍ ଖାନ୍, ପ୍ରଦୀପ ଷଡ଼ଙ୍ଗୀ, ଦେବେନ୍ଦ୍ର ନାଏକ, ବନମାଳୀ ମିଶ୍ର, ମନବୋଧ ସାହୁ ଙ୍କ ସହ ଅନେକ କର୍ମଚାରୀ ପ୍ରମୁଖ ଦସ୍ତଖତ କରିଥିଲେ ।