Related Contents

ଏସକଫ ସିରପ ସହ ୧ଗିରଫ

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୦୨/୧୦): ପଦ୍ମପୁର ଥାନା ଅଧିକାରୀ ମାନସ ରଂଜନ ପ୍ରଧାନଂକ ନିର୍ଦ୍ଦେଶ କ୍ରମେ ଏ ଏସ ଆଇ ସୌମ୍ୟରଂଜନ ପାତ୍ର, ପବିତ୍ର ମୋହନ ବେହେରା, ପ୍ରେମାନନ୍ଦ ସାହୁ, ଠାକୁର ନେଟୀ, ଭରତ ବାରିକ ଏକ ଟିମ୍ ସ୍ଥାନୀୟ ଅଂଚଳ କଲେଜ ପାଖରେ ଛପି ରହିଥିଲେ ।

ଉକ୍ତ ସମୟରେ ବରିକେଲ ଗ୍ରାମର ବେଦବର ମେହେର ୨୭୦ ବୋତଲ ଏସକପ ସିରପ ଧରି ଆସୁଥିଲେ । ସେଠାରେ ପୋଲିସ ତାଙ୍କୁ କାବୁ କରି ସମସ୍ତ ବୋତଲ ଜବତ କରିଥିଲେ | ଥାନା କେଶ ନଂ ୨୭୦/୨୦୧୯ ଧାରା ୨୭୪,୨୭୫ରେ ମୋକଦ୍ଦମା ରୁଜ୍ଜୁ କରି ମେହେରକୁ କୋର୍ଟ ଚାଲାଣ କରିଛନ୍ତି ।

Comments are closed.