ବେଦ ପ୍ରଚାରକ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଙ୍କ ୬ ଦିନିଆଁ ସୁବର୍ଣ୍ଣପୁର ଗସ୍ତ

0
148
ବେଦ ପ୍ରଚାରକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୧୦) : ଭାରତ ର ଜ୍ଞାନ ର ଗ୍ରନ୍ଥ ବେଦ ଓ ଯଜ୍ଞ ର ପ୍ରସାରରେ ବ୍ୟକ୍ତି ଓ ବ୍ୟକ୍ତିତ୍ଵ ର ବିକାଶ ଘଟେ ବୋଲି ସୁବର୍ଣ୍ଣପୁର ଜିଲ୍ଲା କୁ ୬ ଦିନିଆଁ ଗସ୍ତରେ ଆସିଥିବା ବେଦ ପ୍ରଚାରକ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ କହିଛନ୍ତି ।WhatsApp Image 2022 10 28 at 10.02.38 AM ବେଦ ପ୍ରଚାରକ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଙ୍କ ୬ ଦିନିଆଁ ସୁବର୍ଣ୍ଣପୁର ଗସ୍ତ

ସୁବର୍ଣ୍ଣପୁର ଜିଲ୍ଲା ର ବେଦ ପ୍ରଚାର ସମିତି ପକ୍ଷରୁ ବିଭିନ୍ନ କାର୍ଯକ୍ରମ ତଥା ହବନ୍ ଓ ୧୧ କୁଣ୍ଡିୟ ଯଜ୍ଞରେ ଭାଗ ନେବାକୁ ଆସିଥିବା ବେଦ ପ୍ରଚାରକ ସ୍ୱାମୀ ସୁଧାନନ୍ଦ ସରସ୍ଵତୀ ଗତ ୬ ଦିନ ଧରି ସୁବର୍ଣ୍ଣପୁର ଜିଲ୍ଲା ର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସାହାରା ଟ୍ରଷ୍ଟ, ପୁଲିସ ରିଜର୍ଭ କଲୋନୀ ସମେତ ସହର ତଥା ଜିଲ୍ଲା ର ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ଅନୁଷ୍ଠାନ ଓ ବିଭିନ୍ନ କାର୍ଯକ୍ରମରେ ଯୋଗଦେଇ ପ୍ରବଚନ ପ୍ରଦାନ କରି ସାରା ଜିଲ୍ଲାରେ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ବେଦ ପ୍ରଚାରକ ସମିତି ର ପଙ୍କଜ ମେହେର, ମହାଜନ ଆର୍ଯ୍ୟ, ସୁଦାମ ମିଶ୍ର ତଥା ଜିଲ୍ଲା ବେଦ ପ୍ରଚାର ସମିତି ସଂଯୋଜନା କରିଥିଲେ । କର୍ମ ଫଳ ମୀମାଂସା ଉପରେ, ଧନ ସବୁବେଳେ କାମରେ ଆସେନି, ଧର୍ମ ସବୁ ଜନ୍ମରେ କାର୍ଯ୍ୟରେ ଆସେ, କୃତଜ୍ଞତା ହେଉଛି ବଡ଼ ଧର୍ମ, ପିଲାମାନଙ୍କୁ ସଂସ୍କାର ଶିଖାଇବା, ପିତା ମାତା ଙ୍କୁ ବଞ୍ଚିଥିଲା ବେଳେ ଶ୍ରଦ୍ଧା କରିବା ଉପରେ, ଓମ ଉଚ୍ଚାରଣ ଓ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ଦ୍ୱାରା ମନ ର ସ୍ଥିରତା, ସନାତନ ଧର୍ମ ଓ ତାରି ମୂଳ ଧର୍ମ ବେଦ ଉପରେ, ଆମ ଧର୍ମ ସଂସ୍କୃତି ଉପରେ ବୁଝାଇଥିଲେ ।

ମଣିଷ ହେଉଛି ଶ୍ରେଷ୍ଟ ପ୍ରାଣୀ ସେଥିପାଇଁ ଆମେ ସବୁବେଳେ ସମାଜ ରେ ସମସ୍ତ ଙ୍କୁ ଶ୍ରେଷ୍ଠ ଆଚରଣ କରିବା ଆମ ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଉଚିତ ବୋଲି ଦୀର୍ଘ ସମୟ ଧରି ଅନେକ ବାଣୀ ପ୍ରଦାନ କରି ଛୋଟ ଛୋଟ ପିଲା ଙ୍କୁ ଓ ମାଁ ମାନଙ୍କୁ ବିଭିନ୍ନ ପ୍ରଶ୍ନ ମାଧ୍ୟମରେ ସାମାଜିକ ସଂସ୍କାର ଶିଖାଇଥିଲେ ।