Advertisements
Tuesday, June 2, 2020
Home headline ବିଜେପୁର ନିର୍ବାଚନ ମଇଦାନରେ ବିଜେପି- ବିଜେଡିର କଡ଼ା ଟକ୍କର

ବିଜେପୁର ନିର୍ବାଚନ ମଇଦାନରେ ବିଜେପି- ବିଜେଡିର କଡ଼ା ଟକ୍କର

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୦୨/୧୦): ପଦ୍ମପୁରରେ ନାମାଙ୍କନ ପତ୍ର ଦାଖଲରେ ଗତ ୩୦ତାରିଖ ଦିନ ବିଜେପି – ବିଜେଡି ଯେଉଁ ଶକ୍ତି ପ୍ରଦର୍ଶନ କଲେ ସେଥିରୁ ଏ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ ଟକ୍କର ହେବା ସ୍ପଷ୍ଟ ହୋଇଯାଇଛି |

ବିଜେଡିର ବରିଷ୍ଠ ନେତା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପ୍ରସନ୍ନ ଆଚାର୍ଯ୍ୟ, ସୁଶାନ୍ତ ସିଂ, ସ୍ଥାନୀୟ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ସମେତ ଅନେକ ବରିଷ୍ଠ ନେତା ନାମାଙ୍କନପତ୍ର ଦାଖଲ ସମୟରେ ହାଜିର ଥିବା ବେଳେ ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା, କନକବର୍ଦ୍ଧନ ସିଂହଦେଓ, ଜୟ ନାରାୟଣ ମିଶ୍ର, ବିରୋଧି ଦଳର ନେତା ପ୍ରଦୀପ୍ତ ନାୟକ, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଉପସ୍ଥିତ ଥିଲେ |

ବିଜେଡିରେ ରୀତା ସାହୁଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ଦଳ ଭିତରେ ଅସନ୍ତୋଷ ଅଛି, ଦ୍ଵିତୀୟରେ ପୂର୍ବତନ ବିଜେଡି ସାଂସଦ ଡ଼. ପ୍ରଭାସ ସିଂଙ୍କୁ ଦଳ ଅଣଦେଖା କରି କର୍ମୀଙ୍କ ମହଲରେ ଅସନ୍ତୋଷ ବୀଜ ବୁଇଁଛି, ତୃତୀୟରେ ମୁଖ୍ୟମନ୍ତ୍ରୀ ଗତ ସାଧାରଣ ନିର୍ବାଚନ ଯେତେ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ହରାଇ ଥିଲେ ତା ଠାରୁ ଯଦି ରୀତା ସାହୁ କମ ଭୋଟରେ ବିଜୟୀ ହୁଅନ୍ତି ତେବେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବିଜେପୁରରେ କମିଯାଇଛି ବୋଲି ସାଧାରଣରେ ଧାରଣା ସୃଷ୍ଟି ହେବ | ଏ ତିନୋଟି ପ୍ରସଂଗ ବିଜେଡିର ଚିନ୍ତା ବଢ଼ାଇଛି, ବିଜେପିର ସନତ ଗଡତିଆଙ୍କ ପ୍ରାର୍ଥୀକୁ ନେଇ ମଧ୍ୟ ଦଳ ଭିତରେ କିଛି ଅସନ୍ତୋଷ ଅଛି, ଆଶାୟୀ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଇ, ହଲପାଣି ମାଝୀ ଏପରିକି ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ନାମାଙ୍କନପତ୍ର ଦାଖଲରେ ସାମିଲ ହୋଇ ନଥିବା ଏଭଳି ସ୍ଥିତିରେ ଅସନ୍ତୋଷ ନେତା ମାନଙ୍କୁ କେଉଁ ଦଳ କିଭଲି ଡ଼ିଳ୍ କରିବ ତା ଉପରେ ବିଜୟ ନିର୍ଭର କରୁଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: