୩୩ କେଭି ବିଦ୍ୟୁତ୍ ତାର ସ୍ପର୍ଶରେ ଆସି ବିଦେଶୀ ଶ୍ରମିକ ଗୁରୁତର

0
134
୩୩ କେଭି

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୨୮/୧୦) : ଦୀପାବଳୀ ଉପଲକ୍ଷେ ସମସ୍ତେ ଆନନ୍ଦ ଉଲ୍ଲାସ ଥିବାବେଳେ ପଶ୍ଚିମବଙ୍ଗ ହାଜରପୁର ଅଞ୍ଚଳ ର ମାତେନ୍ ସେଠ୍ (୨୫) ନାମକ ଜଣେ ଶ୍ରମିକଙ୍କ ପାଇଁ କାଳ ହୋଇଥିଲା । ୩୩ କେଭି ବିଦ୍ୟୁତ୍ ତାର ସ୍ପର୍ଶରେ ଆସି ସେ ଗୁରୁତର ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ମନମୁଣ୍ଡା ବାଇପାସ ରାସ୍ତାରେ ଜୈନକ ବ୍ୟକ୍ତି ନୂତନ ଗୃହ ନିର୍ମାଣ କରୁଥିବା ବେଳେ ଏହି ବିଦେଶୀ ଶ୍ରମିକ ତାଙ୍କ ପାଖରେ କାର୍ଯ୍ୟ କରୁଥିଲେ । ମାତ୍ର ଉକ୍ତ ଗୃହଟି ୩୩ କେଭି ବିଦ୍ୟୁତ୍ ତାର ରୁ ମାତ୍ର ୪ ଫୁଟ ତଳେ ତିନି ମହଲା କୋଠା ନିର୍ମାଣ କରୁଥିବା ଜୈନିକ ବ୍ୟକ୍ତି ବିଦ୍ୟୁତ ବିଭାଗ ରୁ ନ ଆଣି କାହା ଅନୁମତି ପାଇଁ ବିପଦ ସଙ୍କୁଳ ସ୍ଥାନରେ ତିନି ମହଲା କୋଠା ନିର୍ମାଣ ଚାଲିଥିଲା ତାହା ତଦନ୍ତ ସକ୍ଷେପ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ତେଲନଦୀରେ ଥିବା ବ୍ରିଜ ପୁରୁଣା ହେବାରୁ ନୂତନ ବ୍ରିଜ ହେବାକୁ ଥିବା ଜାଣି ଯୁଦ୍ଧକାଳୀନ ଭିତ୍ତିରେ କୋଠା ନିର୍ମାଣ କରି ସରକାରୀ ଟଙ୍କା ପାଇବା ଆଶାରେ ହେଉଛି ବୋଲି ଶୁଣିବାକୁ ମିଳୁଛି ।

ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ଘଟଣା ର ତଦନ୍ତ କରୁଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ବିଭାଗ ର ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ବିଦ୍ୟୁତ ତାର ସ୍ପର୍ଶରେ ଆସି ଶ୍ରମିକଙ୍କ ଶରୀର ର ୮୦ ଭାଗ ପୋଡ଼ିଯାଇଥିବା ବେଳେ ତାଙ୍କୁ ପ୍ରଥମେ ସୋନପୁର ରୁ ବୁର୍ଲା ଓ ପରେ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ବିଦ୍ୟୁତ୍ ବିଭାଗ ର ଏ.ସ.ଡି.ଓ. ଉକ୍ତ ଘର ମାଲିକଙ୍କ ବିରୁଦ୍ଧରେ ଥାନାରେ ଏକ ମାମଲା ରୁଜ୍ଜୁ କରିଥିବା ମଧ୍ୟ ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏଠାରେ ଦେଖିବାକୁ ବାକି ରହିଲା ଯେ କେବେ ବୌଦ୍ଧ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉଛି ।