Related Contents

ବୈପାରୀଗୁଡା ବିଭିନ୍ନ ସ୍ଥାନରେ ୧୫୦ତମ ଗାନ୍ଧୀ ଜୟନ୍ତୀ ପାଳନ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୦୧/୧୦): ବୈପାରୀଗୁଡା ସହରର ବିଭିନ୍ନ ସ୍ଥାନରେ ଆଜି ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ବଡ଼ ଧୁମଧାମରେ ପାଳିତ ହୋଇଥିବା ଜଣାପଡିଛି | ସ୍ଥାନୀୟ ହାଇସ୍କୁଲ ପରିସରରେ ବୈପାରୀଗୁଡା ଶିକ୍ଷା ବିଭାଗ ଅଧିକାରୀ ସୁଧୀର ଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଆୟାଜିତ ବ୍ଲକସ୍ତରୀୟ ୧୫୦ତମ ଗାନ୍ଧୀ ଜୟନ୍ତୀ କାଯ୍ୟକ୍ରମର ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଡ଼ିଓ ରାଜନୀକାନ୍ତ ଦାସ ଯୋଗଦେଇଥିଲେ |

ମୁଖ୍ୟ ବକ୍ତା ଭାବେ ବୈପାରୀଗୁଡା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡାକ୍ତର ଅଧିରାଜ ସାହୁ, ସମ୍ମାନିତ ଅତିଥି ଭାବେ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଜିତ କୁମାର ସାମଲ ଓ ବୈପାରୀଗୁଡା ଶିକ୍ଷକ ସଙ୍ଘର ସଭାପତି ଶରତ ରାଉତ ଯୋଗଦେଇଥିଲେ | ଅତିଥି ମାନେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିବା ବେଳେ ପରିବେଶର ସ୍ୱଚ୍ଛତା, ପ୍ଲାଷ୍ଟିକ ମୁକ୍ତ ଗାଁ, ବୃକ୍ଷରୋପଣ ପରି ଅନେକ କାର୍ଯ୍ୟକ୍ରମର ଉପକରିତା ବିଷୟରେ ବୁଝାଇଥିଲେ | ପୂର୍ବରୁ ହୋଇଥିବା ବକୃତା, ଚିତ୍ରlଅଙ୍ଗନ, କୁଇଜ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ | ପୂର୍ବରୁ ଛାତ୍ର ଛାତ୍ରୀଙ୍କୁ ନେଇ ନୋଡାଲ ପ୍ରାଥମିକ ବିଦ୍ୟାଳୟରୁ ହାଇସ୍କୁଲ ପର୍ଯନ୍ତ ଏକ ରାଲି ଓ ପରେ ହାଇସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା | ସେହିପରି ସ୍ତାନୀୟ ଶହୀଦ ଲକ୍ଷ୍ମଣ ନାୟକ ଡିଗ୍ରୀ କଲେଜରେ ମଧ୍ୟ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଅନୁଷ୍ଠାନର ସଭାପତି ମୋନଜ ମହାପାତ୍ର ଯୋଗ ଦେଇ ପ୍ଲାଷ୍ଟିକ ମୁକ୍ତ ଓ ସ୍ୱଚ୍ଛତା ରହିବା ପାଇଁ ଏକ ସପଥପାଠ କରାଇଥିଲେ |

ଏହି ସପଥକୁ ଗୁରୁତ୍ୱର ଭାବେ ଗ୍ରହଣ କରି ତାହା ପାଳନ କରିବାକୁ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ | ଏହି ଅବସରରେ ସମ୍ମାନିୟ ଅଥିତି ଭାବେ ସ୍ଥାନୀୟ ସରପଞ୍ଚ ଭାଗିରଥି ମୁରଜିଆ, ଅନୁଷ୍ଠାନର ସମ୍ପାଦକ ସୁନିଲ ମିଶ୍ର, ଅନୁଷ୍ଠାନର ଅଧକ୍ଷା ସ୍ନେହଲତା ପଟନାୟକ, ଫ୍ରେଣ୍ଡସ ୟୁନିଟ କ୍ଳବର ସଭାପତି ମଧୁସୁଦନ ରାଉତ, ନେହୁରୁ ଯୁବ କେନ୍ଦ୍ର ସ୍ବେଚ୍ଛାସେବୀ ଭୀମସେନ ହରିଜନ ଓ ନରେଶ ମେଟାଲିଆ ଯୋଗ ଦେଇଥିଲେ |

Comments are closed.