Friday, March 29, 2024

Top 5 This Week

Related Posts

ଗିରଫ ହେଲେ ନକଲି ଡାକ୍ତର : ଜବତ ହେଲା ୨ ଲକ୍ଷ ଟଙ୍କା ର ମେଡିସିନ୍

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଦେବଗଡ଼, (୨୭/୧୦) : ଦେବଗଡ଼ ଜିଲ୍ଲା କଦମଦର୍ହ ଗାଁ’ରେ ବେଆଇନ କ୍ଲିନିକ କରି ଚିକିତ୍ସା କରୁଥିବା ଜଣେ ନକଲି ଡାକ୍ତରକୁ ଗିରଫ କରିଛି ପୁଲିସ । ତାଙ୍କ ଠାରୁ ପ୍ରାୟ ୨ ଲକ୍ଷ ଟଙ୍କା ର ଔଷଧ ଜବତ କରାଯାଇଛି ।

ଅଭିଯୁକ୍ତ ଜଣକ ହେଲେ ପଶ୍ଚିମବଙ୍ଗ ର ପ୍ରଶାନ୍ତ ରାୟ । ପ୍ରଶାନ୍ତ ୪ ବର୍ଷ ହେଲା କଦମଦର୍ହ ଗାଁ’ରେ କ୍ଲିନିକ କରି ରୋଗୀଙ୍କର ଚିକିତ୍ସା କରୁଥିଲେ । ଏପରିକି ଶିକ୍ଷାଗତ ଯୋଗ୍ୟତା ନ ଥାଇ ଅପରେସନ ମଧ୍ୟ କରୁଥିଲେ । ଏଥିସହ ଏହି ବେଆଇନ କ୍ଲିନିକରେ ପ୍ରସବ ମଧ୍ୟ କରାଉଥିଲେ । ପ୍ରଶାନ୍ତ ଜଣେ ନକଲି ଡାକ୍ତର ବୋଲି ପୁଲିସ କୌଣସି ସୂତ୍ରରୁ ଖବର ପାଇ ଗତକାଲି ତାଙ୍କ କ୍ଲିନିକରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୨ ଲକ୍ଷ ଟଙ୍କା ର ଔଷଧ ଜବତ କରିବା ସହ ଡାକ୍ତରଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ ।

ଏହା ପୂର୍ବରୁ ପ୍ରଶାନ୍ତ ଝାରସୁଗୁ଼ଡ଼ାରେ ମଧ୍ୟ କ୍ଲିନିକ କରିଥିଲେ । ସେଠାରେ ରୋଗୀଙ୍କର ଚିକିତ୍ସା କରୁଥିଲେ । ୪ ବର୍ଷ ହେଲା କଦମଦର୍ହ ଗାଁ’ରେ କ୍ଲିନିକ କରି ରୋଗୀଙ୍କର ଚିକିତ୍ସା କରିଆସୁଥିଲେ । ପ୍ରଶାନ୍ତ ଜାଲ ସାର୍ଟିଫିକେଟ ଦେଖାଇ ଡାକ୍ତର ଭାବେ ପରିଚୟ ଦେଇ ଲୋକଙ୍କୁ ଠକିଥିବା ପୁଲିସ ଆଗରେ ନିଜେ ସ୍ୱୀକାର କରିଛନ୍ତି । ପୁଲିସ ଘଟଣା ର ତଦନ୍ତ କରୁଛି ।

Popular Articles