Friday, March 29, 2024

Top 5 This Week

Related Posts

ମସଜିଦ ଉପରେ ଆଖି ବୁଜା ଗୁଳି ମାଡ଼ରେ ୧୫ ମୃତ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ତେହରାନ/ଇରାନ, (୨୭/୧୦) : ଇରାନ ର ସିରାଜ ସହରରେ ଗତକାଲି ସନ୍ଧ୍ୟାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ମସଜିଦ ଉପରେ ହୋଇଥିବା ଏହି ଆକ୍ରମଣରେ ୧୦ ଜଣଙ୍କ ଅବସ୍ଥା ଗୁରୁତର ଅଛି ।

୩ ବନ୍ଧୁକଧାରୀ ଏପରି ନାରକୀୟ କାଣ୍ଡ ଘଟାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପୁଲିସ୍‌ କାବୁ କରି ନେଇଥିବା ବେଳେ ତୃତୀୟ ଆତତାୟୀ ଜଣକ ଫେରାର ହୋଇଯାଇଛନ୍ତି । ମିଡିଆ ରିପୋଟ ଅନୁଯାୟୀ, ଇରାନ ର ଦକ୍ଷିଣରେ ଅବସ୍ଥିତ ସିରାଜ ସହରରେ ଥିବା ଶାହଚେରାଗ ମସଜିଦ ଉପରେ ଗତକାଲି ସନ୍ଧ୍ୟା ସମୟରେ ବହୁ ସଂଖ୍ୟାରେ ମୁସଲିମ ସମ୍ପ୍ରଦାୟ ଲୋକେ ଏକତ୍ରିତ ହୋଇଥିଲେ । ଏହି ସମୟରେ ହଠାତ୍‌ ୩ ବନ୍ଧୁକଧାରୀ ଉକ୍ତ ଦରଘା ମଧ୍ୟରେ ପହଞ୍ଚିଲେ । ଏହାପରେ ସେମାନେ ଆଖି ବୁଜା ଗୁଳି ଚଳାଇବାରୁ ଲୋକେ ଭୟଭୀତ ହୋଇ ଚାରିଆଡ଼େ ଦୌଡ଼ିବାକୁ ଲାଗିଲା ।

ଏହି ଗୁଳିକାଣ୍ଡ ସମୟରେ ୧୦ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପୁଲିସ୍‌ ସଙ୍ଗେ ସଙ୍ଗେ ପହଞ୍ଚି ୨ ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଫେରାର ହେବାରେ ସକ୍ଷମ ହୋଇଛି । ଗୁରୁତରମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆତତାତୀୟମାନେ ସୁନୀ ଉଗ୍ରବାଦୀ ବୋଲି ଜଣାପଡ଼ିଛି । ଦେଶରେ ଏବେ ଅରାଜକତା ଓ ବିଦ୍ରୋହ ସୃଷ୍ଟ ହୋଇଥିବା ବେଳେ ଏହାର ଫାଇଦା ଉଠାଇ ସେମାନେ ଏପରି ନାରକୀୟ କାଣ୍ଡ ଘଟାଇଥିବା ଜଣାଯାଇଛି ।

ଇରାନରେ ପ୍ରାୟ ଦେଢ ମାସ ହେବ ଅରାଜକତା ସୃଷ୍ଟି ହୋଇଛି । ହିଜାବକୁ ଠିକ୍‌ ଭାବେ ପିନ୍ଧି ନ ଥିବା କାରଣରୁ ଇରାନର ଧାର୍ମିକ ପୁଲିସ୍‌ ୨୨ ବର୍ଷୀୟା ଇରାନ ଯୁବତୀ ମହସା ଆମିନୀଙ୍କୁ ସେପ୍ଟେମ୍ବରରେ ଗିରଫ କରିଥିଲା । ଏହାପରେ ପୁଲିସ୍‌ ହେପାଜତରେ ଉକ୍ତ ମାସ ୧୬ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ଇରାନ ସରକାରକୁ ଦୋହଲାଇ ଦେଇଛି ।

ଏପରିକି ଇରାନ ସରକାରଙ୍କ ଏହି ନୀତିକୁ ଦେଶ ବିଦେଶରେ ବି ସମାଲୋଚନା କରାଯାଉଛି । ଆମିନୀଙ୍କ ଅନ୍ତିମ ସଂସ୍କାର ସମୟରେ ଦେଶବାସୀଙ୍କ ମଧ୍ୟରେ ଥିବା କ୍ରୋଧ ଉଗ୍ର ରୂପ ଧାରଣ କଲା ଓ ସେମାନେ ରାସ୍ତାକୁ ଓହ୍ଲାଇ ବ୍ୟାପକ ଆନ୍ଦୋଳନ କରିଥିଲେ । ଏପରିକି ଆମିନୀଙ୍କୁ ନ୍ୟାୟ ଦାବିରେ ମୁସଲିମ ଯୁବତୀମାନେ ନିଜ ହିଜାବ ପୋଡ଼ି ଦେଇଥିଲେ ।

ଗତ ଏକ ଦଶନ୍ଧି ମଧ୍ୟରେ ଏହା ଇରାନ ର ସବୁଠୁ ବଡ଼ ସରକାର ବିରୋଧୀ ଆନ୍ଦୋଳନ ବୋଲି ଚର୍ଚ୍ଚା ହେଉଛି । ହିଜାବ ପିନ୍ଧିବାକୁ ନେଇ ଲାଗୁ ହୋଇଥିବା କଠୋର ନିୟମକୁ ବିରୋଧ କରି ଦେଶର ହଜାର ହଜାର ସଂଖ୍ୟାରେ ମହିଳାଙ୍କ ସାଧାରଣ ଲୋକ ବି ରାସ୍ତାକୁ ଓହ୍ଲାଇଛନ୍ତି । ଦେଶରେ ଅଶାନ୍ତି ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏହାର ଫାଇଦା ଉଠାଇ ଏହି ବନ୍ଧୁକଧାରୀମାନେ ଏପରି ନରସଂହାର କରିଥିବା ଜଣାଯାଇଛି ।

Popular Articles