ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ର ଭଲିବଲ ଦଳ ଚାମ୍ପିଅନ

0
162
ରାୟଗଡ଼ା ସ୍ଵୟଂଶାସିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୭/୧୦) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ କେ ଏସ ୟୁ ବି ମହାବିଦ୍ୟାଳୟ ଠାରେ ଆନ୍ତଃ ମହାବିଦ୍ୟାଳୟ ଭଲିବଲ ପ୍ରତିଯୋଗିତା ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ବ୍ରହ୍ମପୁର ର ସିଟି କଲେଜକୁ ପରାସ୍ତ କରି ଚାମ୍ପିଅନ ଅର୍ଜନ କରିଛି ।

ଏହି ପ୍ରତିଯୋଗିତାରେ ସମୁଦାୟ ଆଠଟି ଦଳ ଅଂଶ ଗ୍ରହଣ କରିଥିଲେ । ଏହି ଭଲିବଲ ମ୍ୟାଚ ର ଅଧିନାୟକ ସୌମ୍ୟ ରଞ୍ଜନ ସାମଲ ଙ୍କ ସହ ସୁକାନ୍ତ ଲିମା, ଗଣେଷ ହିକକା, କେ. କାର୍ତ୍ତିକ, ଉଦୟ ମାଣ୍ଡାଙ୍ଗି, ଅଜୟ ଯାଦବ ଓ ବୁଲୁ ପ୍ରମୁଖ ଙ୍କୁ ସାଙ୍ଗରେ ନେଇ ଭଳିବଲ କୋଚ୍ ଖେଳ ଶିକ୍ଷକ ଆଶିଷ ପୂଜାରୀ ଙ୍କ ତତ୍ୱାବଧାନରେ ଟିମ ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ଚମ୍ପିୟାନ ହୋଇଛି ବୋଲି କହିଛନ୍ତି ଖେଳ ଶିକ୍ଷକ ଶ୍ରୀ ପୂଝାରୀ । ଚମ୍ପିୟାନ ଟିମକୁ ମହା ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରମତୀ ରତନ ଶ୍ରୀ, ଡ଼ଃ. ପ୍ରସନ୍ନ କୁମାର ଗନ୍ତାୟତ, ଡ଼. ବି ଏଲ ସରାଫ, ଗିରିଷ ପଟ୍ଟନାୟକ ଓ ଅଶୋକ କୁମାର ସାହୁ ସମେତ ଖେଳାଳି ଓ କୋଚ୍ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ ।