Related Contents

ବିଜେପୁର ଉପନିର୍ବାଚନ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ, ୨ଟି ନାମାଙ୍କନ ଖାରଜ

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୦୧/୧୦): ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ମାନଙ୍କ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇ ଯାଇଛି ।

ଏଥିରେ କଂଗ୍ରେସ ଦଳର ଦିଲ୍ଲୀପ କୁମାର ପଣ୍ଡା, ବିଜେଡ଼ି ଦଳର ରିତା ସାହୁ, ବିଜେପି ଦଳର ସନତ ଗଡ଼ତିଆ, ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଅଶୋକ ମିତ୍ତଲ ଏବଂ ସ୍ୱାଧୀନ ଭାବରେ ବୃନ୍ଦାବନ ପୁରୋହିତଙ୍କ ନାମାଙ୍କନ ଗ୍ରହଣ ହୋଇଥିବା ବେଳେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଗଙ୍ଗାଧର ପୂଜାରୀ ଏବଂ ସ୍ୱାଧୀନ ପ୍ରାର୍ଥୀ ଡୋଲାମଣି ବେହେରାଙ୍କ ନାମାଙ୍କନ ପତ୍ର ଖାରଜ ହୋଇ ଯାଇଛି । ଉଭୟ ପ୍ରାର୍ଥୀ ଇଲେକ୍ଟୋରାଲ ରୋଲ ସାର୍ଟିଫାଇଡ଼ କପି ଦେଇ ନ ଥିବାରୁ ତାଙ୍କ ନାମାଙ୍କନ ପତ୍ର ଖାରଜ ହୋଇ ଯାଇଥିବା ରିଟର୍ଣ୍ଣିଂ ଅଫିସର ତଥା ପଦ୍ମପୁର ଉପଜିଲ୍ଲାପାଳ ଜଣାଇଛନ୍ତି ।

Comments are closed.