Friday, March 29, 2024

Top 5 This Week

Related Posts

ନୋଟ୍‌ରେ ରହୁ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ : କେଜ୍ରିୱାଲ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୬/୧୦) : ଭାରତୀୟ ନୋଟ୍‌ରେ ଗାନ୍ଧିଜୀଙ୍କ ସହ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରହିବା ଉଚିତ । ଏହାଦ୍ୱାରା ସୁଖ ସମୃଦ୍ଧି ଆସିବ । ସମଗ୍ର ଦେଶବାସୀ ସେମାନଙ୍କ ଆଶୀର୍ବାଦ ପାଇବେ ।

ଭାରତ ବିକଶିତ ଦେଶ ବନୁ । ଭାରତ ଏକ ଧନୀ ଦେଶ ହେଉ ବୋଲି ଆମେ ସମସ୍ତେ ଚାହୁଁଛୁ । ଏଥିପାଇଁ ନୂଆଁ ନୋଟ୍‌ରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ।

ସେ କହିଛନ୍ତି, ଦେଶର ଅର୍ଥନୀତି ଏବେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଦିନକୁ ଦିନ ହ୍ରାସ ପାଉଛି । ଏହି କ୍ଷେତ୍ରରେ ସୁଧାର ପାଇଁ କେବଳ ଈଶ୍ୱରଙ୍କ ଆଶୀର୍ବାଦ ଆବଶ୍ୟକ । ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିବା କହିଛନ୍ତି ।

ଖରାପ ଅର୍ଥନୀତି ର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡୁଛି । ଏହି କାରଣରୁ ଲୋକେ ନାନା ଯନ୍ତ୍ରଣା ଭୋଗୁଛନ୍ତି । ଆମେ ଚାହୁଁ ଭାରତ ଧନୀ ଦେଶ ହେଉ, ଲୋକେମାନେ ଧନୀ ହୁଅନ୍ତୁ । ଏଥିପାଇଁ ଆମକୁ ଅନେକ ପଦକ୍ଷେପ ଗ୍ରହଣ କରିବାକୁ ପଡିବ । ଆମକୁ ବହୁ ସଂଖ୍ୟାରେ ଡାକ୍ତରଖାନା ଓ ସ୍କୁଲ ଖୋଲିବାକୁ ପଡିବ । ଦେବତାଙ୍କ ଆଶୀର୍ବାଦ ମିଳିଲେ ଆମ ଉଦ୍ୟମ ସଫଳ ହେବ । ଭିତ୍ତିଭୂମି ଦୃଢ଼ କରିବାକୁ ପଡିବ ବୋଲି କେଜ୍ରିୱାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

କେଜ୍ରିୱାଲ ଆହୁରି କହିଛନ୍ତି, ଇଣ୍ଡୋନେସିଆ ଏକ ମୁସ୍‌ଲିମ୍ ବହୁଳ ଦେଶ । ଏଠାରେ ୮୫ ପ୍ରତିଶତରୁ ଅଧିକ ମୁସଲିମ ରୁହନ୍ତି । ଏଥିସହ ୨ ପ୍ରତିଶତ ରୁ କମ୍ ହିନ୍ଦୁ ରୁହନ୍ତି । କିନ୍ତୁ ସେମାନେ ତାଙ୍କ ନୋଟ୍‌ରେ ଗଣେଶଙ୍କ ଫଟୋ ରଖିଛନ୍ତି । ତେଣୁ ମୁଁ ଭାବୁଛି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିବା ଉଚିତ ।

Popular Articles