Related Contents

ଅଙ୍ଗନବାଡି ନିଯୁକ୍ତି ବାତିଲ କରିବାକୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଦାବୀ

ରିପୋର୍ଟ: ଭୋଜରାଜ ବରିହା
ବଲାଙ୍ଗୀର(୦୧/୧୦): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହସିଂହା ପଂଚାୟତ ବାହାଲଭଟଲି ଗ୍ରାମରେ ଦୀର୍ଘ ଦିନ ଧରି ଅଙ୍ଗନବାଡି କର୍ମୀ ପଦ ଖାଲି ରହିଛି | ଯାହାଫଳରେ କି କୋମଳମତିଶିଶୁଙ୍କ ପ୍ରାକଶିକ୍ଷା, ପ୍ରସୂତି ମା ଠିକ ସମୟରେ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି |

ବର୍ତ୍ତମାନ କେନ୍ଦ୍ରର କୁନ୍ତଳା ବରିହାଙ୍କୁ କେନ୍ଦ୍ରର ଦାୟୀତ୍ ଦିଆଯାଇଛି | ହେଲେ ସେ ଠିକଭାବରେ ଦାୟିତ୍ୱ ତୁଲାଇ ପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ହେଲେ କୌଣସି ସଫଳ ମିଳିନାହିଁ | ଏବେ ଶୁଣିବାକୁ ମିଳୁଛି, ବିନା ବିଜ୍ଞାପନରେ ସିଡିପିଓ ଓ ସୁପରଭାଇଜର ସଲାସୁତୁରାରେ ପାଚିକାଙ୍କୁ ଅଙ୍ଗନବାଡି ନିଯୁକ୍ତି ଦେବାକୁ ଜଣାପଡିଛି | ଏହା ଜାଣିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି | ଅଙ୍ଗନବାଡି ନିଯୁକ୍ତି ପାଇଁ ଆଜି ଗ୍ରାମବାସୀ ବିଜ୍ଞପ୍ତି ପ୍ରକାଶ କରି ଅଙ୍ଗନବାଡି ନିଯୁକ୍ତି କରିବାକୁ ଓ ଯଦି ବିଜ୍ଞପ୍ତି ପ୍ରକାଶ କରାନଗଲେ କେନ୍ଦ୍ରକୁ ବନ୍ଦ କରିବାକୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଣୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି | ସୁକାନ୍ତି ବରିହା, ଵିମଲା ବରିହା, କୌଶଲ୍ୟା ସାହୁ, ମମତା ସାହୁ, ହନୁମନ୍ତ ସାହୁ, ସୁମତି ବରିହା, ଅଞ୍ଜନା ମହାନନ୍ଦ, ବୌସାବା ନାଗ, ଡୁଲାମଣି ସୁନା, ମନୋଜ ସାହୁ, ବାସନ୍ତୀ ଟିକେମଲିଆ, ଲକ୍ଷେ ସ୍ୱର ବରିହା, ବିଶବି ପୁଟେଲ, ବଳରାମ ପୁଟେଲ, ବିଶାଖା ବରିହା, କମଳା ବରିହା, ଭଦ୍ରବୀ ଦୀପ, ସତ୍ୟଭାମା ବାରିକ, ଗିରିଜା ମହାନନ୍ଦ, ବନିତା ସାହୁ, ତପସ୍ୱିନୀ ସାହୁ, ପଦ୍ମିନୀ ସାହୁ, ହରିପ୍ରିୟା ସାହୁ, ଉମା ବରିହା, ନିରୁପମା ସାହୁ, ସୁଶୀଳା ଦୀପ, ପୁର୍ଣିମା ବରିହା, କମଳା ଟିକେମଲିଆ, ପ୍ରମୁଖ ଦାବୀ କରିଛନ୍ତି |

Comments are closed.