ସିଲାଟି ଟ୍ରିପଲ ମର୍ଡର ଘଟଣା : ରି କ୍ରିଏସନ ପାଇଁ ଯାଇ ପୁଲିସ ହଟହଟା

0
314
ସିଲାଟି ଟ୍ରିପଲ ମର୍ଡର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୫/୧୦) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲାଟି ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତ କୁ ରିମାଣ୍ଡରେ ଅଣାଯାଇଥିଲା ।

ଆଜି ଅଭିଯୁକ୍ତ ପପୁ ସେନ କୁ ସିଲାଟି ଟ୍ରିପଲ ମର୍ଡର ଘଟଣା ର ରି କ୍ରିଏସନ ପାଇଁ ନେଇକି ଯାଇଥିବା ବେଳେ ପୁଲିସ ହଟହଟା ହୋଇଛି । ପୁଲିସ ସିଲାଟି ଗ୍ରାମକୁ ପହଞ୍ଚିବା ପରେ ହତ୍ୟାକାଣ୍ଡ ର ଶିକାର ହୋଇଥିବା ଘରକୁ ଯାଇ କେମିତି ହତ୍ୟା କରିଛି ସେ ଉପରେ ହତ୍ୟାକାରି ଙ୍କୁ ପଚରା ଉଚୁରା କରୁଥିବା ବେଳେ ଲୋକେ ଉତ୍ୟକ୍ତ ହୋଇ ହତ୍ୟାକାରୀ ପପୁକୁ ମାଡ଼ପିଟ କରିବା ପାଇଁ ଉଦ୍ୟମ କରିଥିଲେ ।

ତେବେ ପୁଲିସ ତୁରନ୍ତ ତାକୁ ଗାଡି ଭିତରକୁ ନେଇ ଯାଇଥିଲେ । ପ୍ରାୟ ୧ ଘଣ୍ଟା ଧରି ପୁଲିସ ଏବଂ ମୃତକ ପରିବାର ଲୋକ ଓ ଜନତା ଙ୍କ ମଧ୍ୟରେ ବାକ ବିତଣ୍ଡା ହେବା ପରେ ପୁଲିସ ଗ୍ରାମ ର କେତେକ ବ୍ୟକ୍ତିଙ୍କ ସହାୟତାରେ ଅଭିଯୁକ୍ତ ପପୁକୁ ସୁରକ୍ଷିତ ନେବାରେ ସଫଳ ହୋଇଥିଲେ । ତେବେ ଏଭଳି ଘଟଣା ଯୋଗୁଁ ସିନ ରିକ୍ରିଏସନ ହୋଇପାରିଲା ନାହିଁ ।

ସୂଚନା ଯୋଗ୍ୟ ଯେ, ଗତ ୨୦୨୦ ମସିହା ଜୁଲାଇ ୨୨ ତାରିଖ ରାତିରେ ସିଲାଟି ଗ୍ରାମ ର ଗୋଟିଏ ପରିବାର ର ୩ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ସିଲାଟି ଗ୍ରାମ ର ଗୁଲୁ ଭୋଇ, ସ୍ତ୍ରୀ ବୈଦେହୀ ଭୋଇ ଏବଂ ବଡପୁଅ ଶିବ ଭୋଇ ଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିଲା । ସେହି ଘଟଣା କୁ ନେଇ ଆଜି ଉତ୍ତରପ୍ରଦେଶ ରାଜ୍ୟ ଲଳିତପୁର ଜିଲ୍ଲା ବଡ଼ନାହାଲ ଗ୍ରାମ ର ହତ୍ୟାକାରୀ ପପୁ ସେନ (୪୫) କୁ ବିନିକା ପୁଲିସ ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ଙ୍କ ନେତୃତ୍ୱରେ ଉକ୍ତ ଗ୍ରାମକୁ ନେଇଥିଲେ ।

ଯେହେତୁ ଗୋଟିଏ ପରିବାର ର ୩ ଜଣଙ୍କୁ ହତ୍ୟା କରାଯାଇଛି । ସେହି ଗ୍ରାମ ର ଲୋକଙ୍କ ମନରେ ଅସନ୍ତୋଷ କୁହୁଲୁଥିଲା । ପୁଲିସ ଅଧିକ ଫୋର୍ସ ନେଇକି ଯାଇଥିଲେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ବୃଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ମୃତକ ଙ୍କ ପରିବାର ଲୋକେ ହତ୍ୟାକାରୀ କୁ କଠୋର ରୁ କଠୋର ଦଣ୍ଡ ଦିଆଯାଉ ବୋଲି ପୁଲିସ ଆଗରେ ଦାବି କରିଥିଲେ ।