Related Contents

ଖଣ୍ଡସିବାଞ୍ଜିରେ ମହିଳା ମହାସଙ୍ଘ ତରଫରୁ ସ୍ୱଚ୍ଛତା ଅଭିଯାନ

ରିପୋର୍ଟ: ଡିଳେଶ୍ୱର ବାଗ, ନିରୋଜ ପାଣି
ପଦ୍ମପୁର(୦୧/୧୦): ଆଜି ସକାଳ ୮ଘଟିକା ସମୟରେ ଖଣ୍ଡସିବାଞ୍ଜି ଗ୍ରାମରେ ମହିଳା ମହାସଙ୍ଘ ଦ୍ୱାରା ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଯାଇଛି ।

ସଂଘ ସଭ୍ୟ ନେତ୍ରୀ ଶ୍ରୀମତୀ ମୁଲାବତୀ ମୁଟକିଆ ଏବଂ CRP ମିଲି ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଗାଁ ସଫେଇ ହୋଇଛି । ଗାଁ କୁ ସ୍ୱଚ୍ଛ ତଥା ପରିମଳ ରଖିବା ପାଇଁ ସେମାନେ ଶପଥ ଗ୍ରହଣ କରିଛନ୍ତି । ଗାଁ କୁ ସଫା ରଖିଲେ ଦେଶ ସଫା ହେବ ଓ ଲୋକ ନିରୋଗ ରହିବେ ବୋଲି ସଭାନେତ୍ରୀ ଶ୍ରୀମତୀ ମୁଟକିଆ କହିଛନ୍ତି । ଗାଁ ଯୁବପିଢ଼ିର ଶ୍ରୀ ପୌଳସ୍ଥ୍ୟ ସାହା ଓ ସୁନୀଲ ମୁଟକିଆ ଉକ୍ତ କାର୍ଯ୍ୟକଳାପକୁ ସମର୍ଥନ ଜଣାଇଥିଲେ । ଶ୍ରୀ ପୌଳସ୍ଥ୍ୟ ସାହା ଏହାକୁ ପ୍ରଶଂସା କରି ଏହା ଭବିଷ୍ୟତ ପିଢି ପାଇଁ ପ୍ରେରଣାର ଉତ୍ସ ହେବ ବୋଳି କହିଛନ୍ତି। ଏଭଳି ପଦକ୍ଷେପ ପାଇଁ ଗାଁର ୱାର୍ଡ ମେମ୍ବର ଶ୍ରୀଯୁକ୍ତ ରିତେଶ ସାହୁ ଧନ୍ୟବାଦ ଅର୍ପଣ ଦେଇଛନ୍ତି ।

Comments are closed.