ପାନ ଦୋକାନୀ ଘର ଉପରେ ବୋମା ମାଡ଼

0
190
ପାନ ଦୋକାନୀ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ସାଲେପୁର/କଟକ, (୨୬/୧୦) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାନ ଦୋକାନୀ ଘର ଉପରେ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି ।

ଏପରି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବୋଦାମୁଣ୍ଡେଇ ଗାଁ’ରେ । ବୋମା ମାଡ଼ରେ କାହାର କିଛି ହୋଇନାହିଁ । ଗତକାଲି ରାତିରେ ପାନ ଦୋକାନୀ ପ୍ରଫୁଲ୍ଲ ନାୟକଙ୍କ ଘର ଉପରକୁ ଦୁଇଟି ବୋମା ମାଡ଼ ହୋଇଥିଲା । ସୌଭାଗ୍ୟବଶତଃ ବୋମା ଦୁଇଟି ତାଙ୍କ ଛାତ ଉପରେ ପଡ଼ିଥିଲା । ଯାହାଫଳରେ ପରିବାର ଲୋକଙ୍କ କିଛି ହୋଇନଥିଲା । ଏଭଳି କାଣ୍ଡ ପୂର୍ବତନ ସରପଞ୍ଚ ରଞ୍ଜିତ କୁମାର ଦାସ ଓ ତାଙ୍କର ଦୁଇ ସହଯୋଗୀ ଘଟାଇଥିବା ପ୍ରଫୁଲ୍ଲ ଅଭିଯୋଗ କରିଛନ୍ତି ।

ଏ ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ପୂର୍ବତନ ସରପଞ୍ଚ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ପ୍ରଫୁଲ୍ଲଙ୍କ ସହ ମୋର ପୂର୍ବ ଶତ୍ରୁତା ନାହିଁ । ଯଦି ମୁଁ ଦୋଷୀ ହୋଇଥିବି ତାହାହେଲେ ଆଇନ ଅନୁସାରେ ଦଣ୍ଡ ମିଳିବ । ପୁଲିସ ଘଟଣା ର ତଦନ୍ତ କରୁଛି ।