ଗୁଡ଼ାରୀ ସହର ରେ ବହୁତ ଆଡ଼ମ୍ବର ସହିତ ମାଁ ଦକ୍ଷିଣକାଳୀ ପୂଜା ଅନୁଷ୍ଠିତ

0
240
ଗୁଡ଼ାରୀ ସହର ରେ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୨୫/୧୦) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ସହର ରେ କାଳୀପୂଜା ଅନୁଷ୍ଠିତ ହୋଇଯାଇଛି । ଗୁଡ଼ାରୀ ମାଁ ଦକ୍ଷିଣକାଳୀ ପୂଜା କମିଟି ତରଫରୁ ସହରରେ ଅଷ୍ଟମ ଥର ପାଇଁ କାଳୀ ପୂଜା ଆଡ଼ମ୍ବରରେ ଚାଲିଛି ।WhatsApp Image 2022 10 25 at 7.11.49 PM ଗୁଡ଼ାରୀ ସହର ରେ ବହୁତ ଆଡ଼ମ୍ବର ସହିତ ମାଁ ଦକ୍ଷିଣକାଳୀ ପୂଜା ଅନୁଷ୍ଠିତ

ଗୁଡ଼ାରୀ ର ପବିତ୍ର ବଂଶଧାରା ନଦୀରୁ କଳସ ଯାତ୍ରା ଆରମ୍ଭ କରି ମାଁ ଦକ୍ଷିଣକାଳୀ ପୂଜା ମଣ୍ଡପରେ ସ୍ଥାପନ କରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯାଇଥିଲା ପରଦିନ ଗ୍ରହଣ ଥିବାରୁ ପୂଜାର୍ଚ୍ଚନା ବନ୍ଦ ହୋଇ ୨୬ ରୁ ପୁଣି ପର୍ଯ୍ୟାୟ କ୍ରମେ ୩୧ ଯାଏଁ ଗୁଡ଼ାରୀ ସହର ରେ ପୂଜାର୍ଚ୍ଚନା ଚାଲୁରହିବା ନେଇ ପୂଜା କମିଟି ପକ୍ଷରୁ କୁହାଯାଇଛି ।

ଏହି ପୂଜାରେ ପୁରୋହିତ ଭାବେ ଶ୍ରୀ ପ୍ରକାଶ ଚନ୍ଦ୍ର ରଥ, କାଶୀନାଥ ମିଶ୍ର ଓ ଜଗନ୍ନାଥ ମହାପାତ୍ର କାର୍ଯ୍ୟ ତୁଲାଇ ଥିବାବେଳେ କର୍ତ୍ତା ଭାବେ ଶ୍ରୀ ଭାଗିରଥି ରଥ ଦାୟିତ୍ୱ ସମ୍ପାଦନ କରୁଛନ୍ତି । ମାଁ ଦକ୍ଷିଣକାଳୀ ପୂଜାରେ ୨୬ ରୁ ୩୦ ପର୍ଯ୍ୟନ୍ତ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ହେଉଛନ୍ତି ରାଣୀ ପଣ୍ଡା ଓ ଝୁଲରେ ନିତାଇ ଝୁଲ ଗୀତକୁ ଗାଇ ଲୋକ ଲୋଚନ ଆସିଥିବା (ନାରଦ – ପପୁ ଭାଇ) । ଶେଷରେ ମାଁ ଦକ୍ଷିଣକାଳୀ ଙ୍କ ଭସାଣୀ ଉତ୍ସବ ରହିଛି ।