Related Contents

ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓଙ୍କ ମୁରିବାହାଲ ଗସ୍ତ

ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାର
ମୁରିବାହାଲ(୩୦/୦୯): ମୁରିବାହାଲ ପଂଚାୟତ ସମିତି କଲେଜ ଠାରେ ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା | କଲେଜ ଅଧ୍ୟକ୍ଷ ଶ୍ରୀ ରମେଶ ମହାନନ୍ଦ ଙ୍କ ସଭାପତିତ୍ୱରେ ଶ୍ରୀମତୀ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ |

ସମ୍ମାନିତ ଅତିଥି ଭାବେ କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଜେପି ନେତା ଲକ୍ଷ୍ମଣ ବାଗ, ସମାଜ ସେବି ରାଜେଶ ଅଗ୍ରୱାଲ, ଶିକ୍ଷା ପ୍ରତିନିଧି ନାରାୟଣ ସାହୁ, ସ୍ମୃତିଧାରା ମହାପାତ୍ର ଯୋଗଦେଇଥିଲେ | ଶ୍ରୀ ମହାନ୍ତି ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନ କରିବା, ପରିବେଶ ସ୍ୱଚ୍ଛ ରଖିବା ସହ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ | ଏହି ଅବସରରେ ଓଡିଶା ସିଟୀଜେଂ ପୁରସ୍କାର ପ୍ରାପ୍ତ ରୋହିଣୀ ଛୁରା ସଂଗୀତ ପରିବେଷଣ କରିଥିଲେ | କଲେଜ ତରଫରୁ ଗୋଟିଏ ହଲ ଓ ପାଇଖାନାର ବ୍ୟବସ୍ଥା ପାଇଁ ସାଂସଦ ଶ୍ରୀମତୀ ସିଂହଦେଓ ଙ୍କୁ ଦାବିପତ୍ର ଦେଇଥିଲେ | ଶେଷରେ ଓଡ଼ିଆ ଅଧ୍ୟାପିକା ଶ୍ରୀମତୀ ଭବାନୀ ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ | ଏହାପରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିପିଓ ଶ୍ରୀ ନୀଳକଣ୍ଠ କଳସାଏଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସାଂସଦ ଯୋଗଦେଇ ବିଡ଼ିଓ ସୀପକ୍ୱ କୁମାର ପାତ୍ରଙ୍କ ଉପସ୍ଥିତିରେ ୨୨ଟି ପଂଚାୟତର ୪୪ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ |

ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା ସହ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ | ଏ ଅବସରରେ ବ୍ଲକ ସମିତି ସଭାଗୃହରେ ସାମ୍ବାଦିକ ସଂଘର ସଭାପତି ଶ୍ରୀ ଭଗବାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସାଂସଦ ଶ୍ରୀମତୀ ସିଂହଦେଓ ଙ୍କୁ ମୁରିବାହାଲ ସାମ୍ବାଦିକ ସଂଘ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା | ଏହି ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ସାମ୍ବାଦିକ ଦୁର୍ଗନାନ୍ଦ ମହାକୁର, ନିମାଇଁ ଚରଣ ବଘାର, ସୁବ୍ରତ ମହାକୁର, ତାରାଣୀ ସେନ ମେହେର, ବନବିହାରୀ ଯୋଶୀ, ସୁଦାମ ଚରଣ ବଘାର, କେଦାର ବଡ଼ଜେନା ସହ ଅନେକ ସାମ୍ବାଦିକ ଯୋଗଦେଇଥିଲେ | ଶେଷରେ ଶ୍ରୀ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.