Related Contents

ଅଞ୍ଚଳ ମହାବିଦ୍ୟାଳୟରେ ପ୍ଲାଷ୍ଟିକ ବିରୋଧରେ ସଚେତନତା ସଭା ଅନୁଷ୍ଠିତ

ରିପୋର୍ଟ: ନିରୋଜ ପାଣି
ପଦ୍ମପୁର(୩୦/୦୯): ଆଜି ଅପରାହ୍ନ ୩ଟା ସମୟରେ ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ସମ୍ମିଳନୀ କକ୍ଷରେ ପ୍ଲାଷ୍ଟିକ୍ ବିରୋଧରେ ଏକ ସଚେତନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ କଲେଜର ଅଧ୍ୟକ୍ଷ ଡ.ଲଲିତେନ୍ଦୁ ନାୟକ ସଭାପତିତ୍ୱ କରିଥିଲେ ।

ଶ୍ରୀମତୀ ଜେ ଗିରିଜା ଦେବୀ ସଭାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ଲାଷ୍ଟିକ ବିରୋଧରେ ଅନେକ ସଚେତନାମୂଳକ ବାର୍ତ୍ତା ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀ ପୌଲସ୍ତ୍ୟ ସାହା, ଚନ୍ଦନ ସାହୁ, ଆଶିଷ ରଣା ଏବଂ ଅଜିତ୍ ରଣା ପ୍ରମୁଖ ବିଶେଷ ସହଯୋଗ କରିଥିଲେ । ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ପ୍ରତିନିଧି ପୌଲସ୍ତ୍ୟ ସାହା ଏବଂ ରେଡକ୍ରସ କାଉଂସିଲର ଶ୍ରୀଯୁକ୍ତ ଦାସ ଅଧ୍ୟକ୍ଷଙ୍କୁ ସ୍ବଚ୍ଛତା ଅଭିଜାନ ପାଳନ ପାଇଁ ନିବେଦନ କରିଥିଲେ । ସର୍ବଶେଷରେ ଅଧ୍ୟାପକ ଶ୍ରୀଯୁକ୍ତ ବିଦ୍ୟାଧର ଦାସ ଧନ୍ୟବାଦ ଦେଇଥିଲେ ।

Comments are closed.