ଖପ୍ରାଖୋଳରେ ଦେଶାନ୍ତର ବନ୍ଦ ଲାଗି ସଚେତନ ଶିବିର

ରିପୋର୍ଟ-ଭୋଜରାଜ ବରିହା
ଖପ୍ରାଖୋଳ(୩୦/୦୯): ଖପ୍ରାଖୋଳ ବ୍ଳକରେ ଲୋକ ଉନ୍ନତି ସଂଗଠନ ବଲାଙ୍ଗୀର ପକ୍ଷରୁ ଦାଦାନ ରୋକିବା ପାଇଁ ଗାଁ ଗାଁରେ ସଚେତନ ଶିବିର ହେଉଥିବା ଦେଖିବାକୁ ମିଳିଛି ।

ଏହି ସଚେତନ ଶିବିରରେ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ମାନର ଲାଭ କିପରି ଉଠାଇ ନିଜ ଗାଁ ରେ ରହି ଦୁଇପଇସା ରୋଜଗାର କରିବେ,ନିଜ ଭିଟାମାଟିରେ କିପରି ଚଲିବେ ତାହା ଗାଁ ଗାଁରେ ସଚେତନ କରି ପ୍ରୟାସ ଚଳାଇଛନ୍ତି । ଖପ୍ରାଖୋଳ ବ୍ଲକରେ ୨୦ସେପ୍ଟେମ୍ବର ରୁ ୨୦ନଭେମ୍ବର ପର୍ଯ୍ୟନ୍ତ ସଚେତନ ଶିବିର ଚାଲୁ ରହିବ । ସଚେତନ କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜକ ବିଶ୍ଵନାଥ ବାଗ ଏବଂ ବ୍ଳକ ସଂଯୋଜକ ଗିତାଞ୍ଜଳି କୁମ୍ଭାର,ସୁଭଦ୍ରା ସୁନା,ପରଖିତ ମାଝି, ସ୍ବର୍ଣ୍ଣାଲତା ନାୟକ, ସ୍ୱେଚ୍ଛାସେବୀ ଗୋବର୍ଦ୍ଧନ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

Comments are closed.