Related Contents

ପଦ୍ମପୁର ମୁଖ୍ୟଛକ ପାଖରେ ଥିବା ବିପଦ ସଂକୁଳ ରାସ୍ତା

ରିପୋର୍ଟ: ନିରୋଜ ପାଣି
ପଦ୍ମପୁର(୩୦/୦୯): ପଦ୍ମପୁର ବରଗଡ ଜିଲ୍ଲାର ଦ୍ୱିତୀୟ ସହର, ଏଠାରେ ଦୁର୍ଗା ପୂଜା ଉତ୍ସବ ଅବସରରେ ନାହିଁ ନ ଥିବା ଲୋକଙ୍କର ସମାଗମ ହୁଏ, ଆଖପାଖ ଗାଁ ଗହଳିରୁ ଅନେକ ଲୋକ ଏହି ଶାରଦୀୟ ଦୁର୍ଗାପୂଜା ଦେଖିବାକୁ ଆସନ୍ତି |

ତୋରଣ ମଧ୍ୟ ହେଲାଣି ହେଲେ ବିପଦ ସଂକୁଲ ରାସ୍ତାକୁ କାହାରି ନିଜର ପଡୁ ନାହିଁ କି ଏନ୍ଏସିର କି ପ୍ରଶାସନର ନଜର ପଡୁ ନାହିଁ | ଭେଉଁରିଆ ଛକରୁ ସହର ଭିତରକୁ ଗଲା ବେଳେ ପକ୍କା ରାସ୍ତାରେ ଖାଲ ଢ଼ିପି ହୋଇ ବର୍ଷା ପାଣି ଯାଉଛି | ଲୋକଙ୍କର ଭିଡ଼ ହେତୁ ଯାନ ବାହାନ ଦୁର୍ଘଟଣା ହେବାର ଆଶଙ୍କା ରହିଛି, ଏଣୁ ଏହି ଖାଲଢ଼ିପ ରାସ୍ତାକୁ ପୂଜା ପୂର୍ବରୁ ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି ।

Comments are closed.