Related Contents

ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେପିରୁ ସନତ ଗଡ଼ତିଆ

ରିପୋର୍ଟ:- ଡିଲେଶ୍ୱର ବାଗ, ନିରୋଜ ପାଣି
ପଦ୍ମପୁର(୩୦/୦୯): ଆଜି ମଧ୍ୟାହ୍ନ ପ୍ରାୟ ଦେଢ଼ଟା ସମୟରେ ବିଜେପୁର ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ପଦ୍ମପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ତନ୍ମୟ ଦରୁଆନଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ଶ୍ରୀ ସନତ ଗଡ଼ତିଆ ।

ବିଜେପିର ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ, ସୁଶାନ୍ତ ମିଶ୍ର, ରାଜ୍ୟ ଉପସଭାପତି ଶ୍ରୀ ଅଶ୍ୱିନୀ ଷଡଙ୍ଗୀଙ୍କର ଗହଣରେ ଏକ ଶୋଭାଯାତ୍ରାରେ ଆସି ଶ୍ରୀ ଗଡ଼ତିଆ ନିଜର ନାମାଙ୍କନ ଦାଖଲ କରିଛନ୍ତି ।

Comments are closed.