Friday, March 29, 2024

Top 5 This Week

Related Posts

ଧାମନଗର ରେ ପ୍ରଚାର ଟେନସନ : ବିଜେପି କର୍ମୀଙ୍କୁ ପିଟିଲେ ବିଜେଡ଼ି ସରପଞ୍ଚ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୪/୧୦) : ଭଦ୍ରକ ଜିଲ୍ଲା ଧାମନଗର ରେ ଉପନିର୍ବାଚନ ପାଇଁ ବଢୁଛି ରାଜନୈତିକ ଉଷ୍ଣତା । ପ୍ରଚାର ଯେତିକି ଆଗକୁ ବଢୁଛି ରାଜନୀତି ସେତିକି ସରଗରମ ହେଉଛି । ପ୍ରଚାରକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ବିଜେଡ଼ି ।

ଏପରିକି ବିଜେପି ର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ବିଜେଡ଼ି ସରପଞ୍ଚ ଓ ତାଙ୍କ ବାପା ମିଳିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଏବେ ଧାମନଗର ରେ ପ୍ରଚାର କୁ ନେଇ ଦେଖାଦେଇଛି ଟେନସନ । ଆକ୍ରମଣ ର ଶିକାର ହୋଇଛନ୍ତି ତିହିଡି ବ୍ଲକ ଦୋଳସାହି ର ରାଜକିଶୋର ସେଠୀ । ସୂଚନା ଅନୁଯାୟୀ, ଗତକାଲି ରାଜକିଶୋର ସେଠୀ ଗୁଆମାଳରୁ ଦଳୀୟ ପତାକା ଧରି ବାଇକ୍‌ରେ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଦୋଳସାହି ପଞ୍ଚାୟତ ର ସରପଞ୍ଚ ଓ ତାଙ୍କ ବାପା ଅତର୍କିତ ଆକ୍ରମଣ କରାଯାଇଛି ।

ଏହି ଆକ୍ରମଣରେ ରାଜକିଶୋର ସେଠୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ଭଦ୍ରକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଉଛି । ଏ ନେଇ ତିହିଡି ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଏପଟେ ବିଜେଡ଼ି କର୍ମକର୍ତ୍ତାମାନେ ଆକ୍ରମଣ କରିଥିବା ନେଇ ଅଭିଯୋଗ ଉଠାଇଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ । ଏ ନେଇ ସେ କହିଛନ୍ତି, ଦୋଳସାହି ପଞ୍ଚାୟତ ର କାର୍ଯ୍ୟକର୍ତ୍ତା ରାଜକିଶୋର ସେଠୀଙ୍କୁ ସରପଞ୍ଚ ଓ ତାଙ୍କ ବାପା ଆକ୍ରମଣ କରିଛନ୍ତି । ବିଜେଡ଼ି ଚିରାଚିରତ ଭାବେ ଆକ୍ରମଣ ପନ୍ଥା ଆପଣେଇ ନେଇଛି । ଏହାକୁ ଦୃଢ ନିନ୍ଦା କରୁଛୁ । ତେବେ ଏ ନେଇ ବିଜେଡ଼ି ର ପ୍ରତିକ୍ରିୟା ମିଳିପାରିନି ।

ଧାମନଗରରେ ଏବେ ପ୍ରଚାର ଜୋରଦାର ଚାଲିଥିବା ବେଳେ ବିଜେପି ର ସୂର୍ଯ୍ୟବଂଶୀ ସୁରଜ, ବିଜେଡିର ଅବନ୍ତୀ ଦାସ ଓ କଂଗ୍ରେସ ର ବାବା ହରେକୃଷ୍ଣ ସେଠୀ ଜୋରଦାର କ୍ୟାମ୍ପେନିଂ ଚଳାଇଛନ୍ତି । ତିନି ପ୍ରମୁଖ ଦଳ ଜୋରଦାର ପ୍ରଚାର ଚଳାଇଥିବା ବେଳେ ବିଜେଡ଼ିରୁ ବହିଷ୍କୃତ ତଥା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ପଛରେ ନାହାଁନ୍ତି । ସେ ତାଙ୍କର ସମର୍ଥକଙ୍କୁ ଧରି ଜୋରସୋରରେ ସେ ପ୍ରଚାର ଚଳାଇଛନ୍ତି ।

ଗତକାଲି ତିହିଡି ବ୍ଲକ ର ବିଭିନ୍ନ ପଞ୍ଚାୟତରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଧାମନଗର ବ୍ଲକରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରଚାର କରିଛନ୍ତି । ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଧାମନଗର ବ୍ଲକ ର ବିଭିନ୍ନ ପଞ୍ଚାୟତ ଏବଂ ବିଜେଡ଼ି ଧାମନଗର ଏନ୍ଏସିରେ ରୋଡ୍ ସୋ କରିଥିଲେ ।

Popular Articles