ବିଏସଏଫ ପକ୍ଷରୁ ଦଣ୍ଡାବାଡ଼ିରେ ସ୍ୱଚ୍ଛ ଭାରତ

ରିପୋର୍ଟ: ଏନ ସନ୍ତୋଷ କୁମାର
ବୈପାରୀଗୁଡା(୩୦/୦୯): ବୈପାରୀଗୁଡା ବ୍ଲକ ୧୩ ବିଏନ ବିଏସଏଫ ବେଟାଲୀୟାନ ପକ୍ଷରୁ ଦଣ୍ଡାବାଡ଼ି ସାପ୍ତାହିକ ବିଜାରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ବିଏସଏଫ କମାଣ୍ଡରଙ୍କ ନେତୃତ୍ୱରେ ଆୟାଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ କମୁଲି ନାୟକ, ନାଏବ ସରପଞ୍ଚ ମୋଦନ ନାୟକ, ୱାର୍ଡ ମେମ୍ବର ନାରାୟଣ ଖରା, ମୁକୁନ୍ଦ ପୂଜାରୀ, ଶେଖର ଖିଲଙ୍କ ସହ ଗ୍ରାମବାସୀଙ୍କୁ ନେଇ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ଗ୍ରାମବାସୀଙ୍କ ସହ ଯବାନ ମାନେ ହାତରେ ଝାଡୁ ଧରି ହାଟରେ ପଡିଥିବା ଅଳିଆ ଅବର୍ଜିନl, ପଲିଥିନ ସଫା କରିଥିଲେ | ସଫା କରିବା ପରେ ସମସ୍ତ ଅଳିଆ ଆବର୍ଜନା ଏକାଠି କରି ନିଆଁରେ ପୋଡି ଦେଇଥିଲେ | ସଫେଇ କାର୍ଯ୍ୟକ୍ରମ ପରେ ଗାଁ ମଝୀ ଦାଣ୍ଡରେ ଗ୍ରାମବାସୀଙ୍କୁ ସର୍ବଦା ସ୍ୱଚ୍ଛ ପରିବେଶ ରଖିବା ଦ୍ୱାରା ରୋଗ ଦୂର ହେବା ସହ ପରିବେଶ ପ୍ରଦୂଷଣ ରୋକିହେବ ବୋଲି ବିଏସଏଫ କମାଣ୍ଡର ବୁଝାଇଥିଲେ |

Comments are closed.