Related Contents

ମରଣଯନ୍ତା ପାଲଟିଛି ହୁଣ୍ଡିଝଲି ଗ୍ରାମର ରାସ୍ତା,ରାଜନେତା କି ପ୍ରଶାସନର ଦେଖାନାହିଁ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼(୩୦/୦୯): ରାୟଗଡା ଜିଲ୍ଲାର ଆଦୀବାସି ଅଧ୍ୟୁଷିତ ଏବଂ ଅବହେଳିତ ଅଞ୍ଚଳ ମଧ୍ୟରୁ ମୁନିଗୁଡା ଓ ବିଷମକଟକ ବ୍ଲକର ନିୟମଗିରି ଅଞ୍ଚଳର କଥା ନ କହିବା ଭଲ । କିନ୍ତୁ ଏହି ଗ୍ରାମର ବିକାଶ ଉପରେ କୌଣସି ରାଜନେତା କି ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କିନ୍ତୁ ନିର୍ବାଚନ ଆସିଲେ ନେତା ଯାଆନ୍ତି କେବଳ ମିଥ୍ୟା ପ୍ରତିଶୃତି ନେଇ ।

ଗ୍ରାମବାସୀଙ୍କ ଅଭିଯୋଗ ଯେ ଭଲ ରାସ୍ତାଟିଏ ନ ଥିବା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏମିତିକି ପଞ୍ଚାୟତ ଅଫିସ୍ କୁ ଯାଇ ଚାଉଳ ଆଣିବା, ଗର୍ଭବତୀ ମାଁ ମାନଙ୍କୁ କିମ୍ବା କାହାର ଦେହ ଖରାପ ହେଲେ ଏହି ରାସ୍ତା ଦେଇ ଯିବା ଆସିବା କାଠିକର ପାଠ ହୋଇଥିବା କହିଛନ୍ତି ଗ୍ରାମବାସୀ । କିନ୍ତୁ ନିଜ ଅଞ୍ଚଳର ପ୍ରତିନିଧି ଆଜି ହୋଇଛନ୍ତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ତେଣୁ ଡଙ୍ଗରିଆଙ୍କ ମନରେ ନିଜର ତଥା ଗ୍ରାମ ଓ ଗ୍ରାମକୁ ଥିବା ରାସ୍ତାର କିଛି ଉନ୍ନତି ହେବ ବୋଲି ଆଶା ବାନ୍ଧି ଥିବା ବେଳେ ଆଉ କିଛି ଡଙ୍ଗରିଆ ଭାଇଙ୍କ କହିବା ଅନୁଯାୟୀ ଆମ ଆଦିବାସୀ ଭାଇ ମନ୍ତ୍ରୀ ହେବା ଆମ ପାଇଁ ଗୌରବର କଥା । କିନ୍ତୁ ଆଜି ଦିନରେ ଆମ ଆଦିବାସୀ ମନ୍ତ୍ରୀ ଆମ ଜାତିର କଥା ଚିନ୍ତା ନ କରି ସାଜୁଛନ୍ତି ବଡ ବଡିଆଙ୍କ ହାତବାରିସୀ । ତେଣୁ ଆମ ଆଦିବାସୀ ଓ ଡଙ୍ଗରିଆ ସମାଜର ଉନ୍ନତି କଥା ଆମ ମନ୍ତ୍ରୀ ମହୋଦୟ କେତେଦୁର ଆମ ମାନଙ୍କର ମୌଳିକ ଅଧିକାର ଓ ନ୍ୟାର୍ଯ୍ୟ ଦାବି ଗୁଡିକ ଉପରେ ଆଲୋକପାତ କରୁଛନ୍ତି ତାହା ସମୟ କହିବ ବୋଲି କହିଛନ୍ତି ।

Comments are closed.