Friday, March 29, 2024

Top 5 This Week

Related Posts

ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୪/୧୦) : ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ସାମ୍ପୋଚ ପଞ୍ଚାୟତ ର ଶ୍ୟାମସୁନ୍ଦର ପୁର ସେବା ସମିତି ଆନୁକୂଲ୍ୟରେ ଶ୍ୟାମସୁନ୍ଦରପୁର ଗ୍ରାମ ର ଗୋଷ୍ଠୀ କେନ୍ଦ୍ରରେ “ପ୍ରେମ ସଞ୍ଜୀବନୀ” ଶୀର୍ଷକ ଏକ ସ୍ୱେଚ୍ଛାକୃତ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।

ଶ୍ୟାମସୁନ୍ଦରପୁର ସେବା ସମିତି ର ଆବାହକ ବିଜୟ ବଘାର ଙ୍କ ପୋୖରହିତ୍ୟରେ ଆୟୋଜିତ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ଆନୁକୂଲ୍ୟରେ ରକ୍ତଦାନ ଶିବିର କୁ ସଙ୍ଗଠନ ର ଜିଲ୍ଲା ସଭାପତି ଡା. ପ୍ରିୟବ୍ରତ ବେହେରା ଜ୍ୟୋତି ଆବାହନ କରି ଶୁଭାରମ୍ଭ କରିଥିଲେ ଓ ଯୋଗ ଦେଇଥିବା ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ଶ୍ୟାମସୁନ୍ଦରପୁର, ସାନ ସୁବଳୟା, ବିଷ୍ଣୁପୁର୍, ପ୍ରଗଳ୍ ପୁର, ରାମ୍ଭିକଟା ଆଦି ଗ୍ରାମ ର ରକ୍ତଦାତା ଓ ସତ୍ୟସାଇ ସେବା ସଙ୍ଗଠନ ର ଯୁବ ସ୍ୱେଚ୍ଛାସେବୀ ମାନେ ସ୍ୱେଚ୍ଛାକୃତ ଭାବେ ନିଜର ରକ୍ତଦାନ କରିଥିଲେ ।

ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା ଭଞ୍ଜ କିଶୋର୍ ରାମଚନ୍ଦ୍ର ଦେଓ ହେମ୍ରମ୍ ଙ୍କ ନେତୃତ୍ୱରେ ଟେକ୍ନିସିଆନ ଦିଲ୍ଲୀପ କୁମାର ଭୋଇ, ସ୍ୱାସ୍ଥ୍ୟ ପରାମର୍ଶ ଦାତା ବନଜ କୁମାର ପ୍ରଧାନ, ନର୍ସିଂ ଅଫିସର ଈପ୍ସିତ୍ ପଟ୍ଟନାୟକ, କର୍ମଚାରୀ ସୁରଜ ଭୋକ୍ତା ଆଦି ରକ୍ତ ସଂଗ୍ରହ କରିଥିଲେ । ଶିବିରରେ ମୋଟ ୨୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଯୁବ ସଙ୍ଗଠକ ତଥା ସଙ୍ଗଠନ ର ସକ୍ରୀୟ ଯୁବ ସଦସ୍ୟ ମନୋଜ ଭୋକ୍ତା ଓ ଅସ୍ମିଲ ଗାଇ ଗୋୖରିଆ ଶିବିର ପରିଚାଳନା କରିଥିଲେ ଏବଂ ଆକାଶ ମେହେର, କାଂହୁ ମହାରଣା, ଦେବେନ୍ଦ୍ର ମହାରଣା, ପ୍ରଦୋତ୍ୟ ଭୋକ୍ତା ଆଦି ସହଯୋଗ କରିଥିଲେ । ସଞ୍ଜୀବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Popular Articles