Advertisements
Tuesday, June 2, 2020
Home Cultural & Festival ବାଟକଢୁଆଲ ବୁବୁଡା ପଦ୍ମପୁରର ବଛରକିଆ ଉତ୍ସବ

ବାଟକଢୁଆଲ ବୁବୁଡା ପଦ୍ମପୁରର ବଛରକିଆ ଉତ୍ସବ

ରିପୋର୍ଟ:- ଡିଲେଶ୍ୱର ବାଗ
ପଦ୍ମପୁର(୨୯/୦୯): ବାଟକଢୁଆଲ ‘ବୁବୁଡା’ ପଦ୍ମପୁରର ବାର୍ଷିକ ଉତ୍ସବ ତା ୨୯.୦୯.୧୯ ରବିବାର ଦିନ ନାଟ୍ୟକାର ରାଜେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ରୂପେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଯୋଗଦାନ କରି କଳାପଟା ସାହିତ୍ୟ ବିଷୟରେ ଆଲୋକପାତ କରିଥିଲେ ।

ମୂଖ୍ୟ ବକ୍ତା ରୂପେ ଯୋଗଦାନ କରି ଶ୍ରୀଯୁକ୍ତ ଜୋସବନ୍ତ ବିଶ୍ବାଳ ସମ୍ବଲପୁରୀ ଭାଷାର ଗୁରୁତ୍ୱ ଓ ସମ୍ବଲପୁରୀ ଭାଷାର ସ୍ୱତନ୍ତ୍ରୀୟ ତାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ । ସମ୍ପାଦକ ଶ୍ରୀଯୁକ୍ତ ସୁରେନ୍ଦ୍ର ମେହେର, ସହ ସମ୍ପାଦକ ରମାକାନ୍ତ ସାହୁ, ପୌଳସ୍ଥ୍ୟ ସାହା ଓ ଏହି ଅବସରରେ ବାଟକଢୁଆଲର ବାର୍ଷିକ ସଂଖ୍ୟା ଶ୍ରୀଯୁକ୍ତ ପୁରୋହିତଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏଥିରେ ଚନ୍ଦନ ସାହୁ ପ୍ରମୁଖ ସହଯୋଗ କରିଥିଲେ ଓ ସଭାକାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶ୍ରୀ ପୌଳସ୍ଥ୍ୟ ସାହା ଓ ରାଜେନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଶ୍ରୀମତୀ ମିରାବାଇ ମହାନ୍ତି, ଶ୍ରୀ ଉତ୍ତର ମେହେର ଓ ଶ୍ରୀମତି ଉତ୍ତମା ପ୍ରଧାନଙ୍କୁ ଉତରୀୟ ଓ ପ୍ରସଂସା ପତ୍ର ଦେଇ ସମ୍ମାନିତ କରାଗଲା ।ଶେଷରେ ସୁରେନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: