ହସ୍ପିଟାଲ ଭିତରେ ନର୍ସଙ୍କୁ ବାନ୍ଧି ଗଣଦୁଷ୍କର୍ମ : ୩ ଗିରଫ

0
125
ହସ୍ପିଟାଲ ଭିତରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟପୁର, (୨୩/୧୦) : ଛତିଶଗଡରେ ଲଜ୍ଜାଜନକ ଘଟଣା । ହସ୍ପିଟାଲ ଭିତରେ ଜଣେ ନର୍ସଙ୍କୁ ୪ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ୪ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ସାମିଲ ଅଛିି । ଦୁଷ୍କର୍ମ ବେଳର ଭିଡିଓ ମଧ୍ୟ ଅଭିଯୁକ୍ତମାନେ କରିବା ସହ ପୀଡିତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ଛତିଶଗଡ ମନେନ୍ଦ୍ରଗଡ ଜିଲ୍ଲା ର ଚିିରମିରିରେ ଥିବା ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟାହ୍ଣ ବେଳେ ପୀଡିତା ନର୍ସ ଜଣକ ଏକା କାମ କରୁଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ପସିଥିଲେ । ଏହାପରେ ପୀଡିତାଙ୍କୁ ବାନ୍ଧି ହସ୍ପିଟାଲ ଭିତରେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ।

ଘଟଣା ପରେ ପୀଡିତା ଘର ଲୋକଙ୍କୁ ସବୁ କଥା ଜଣାଇଥିଲେ । ଏହା ପରେ ପରିବାର ଲୋକେ ପୁଲିସ ଥାନାରେ ଏଫ୍‌ଆରଆର୍ ରୁଜ୍ଜୁ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ ଜଣେ ନାବାଳକ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ବର୍ତ୍ତମାନ ସୁଦ୍ଧା ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ପୁଲିସ କହିଛି । ଅଭିଯୁକ୍ତକୁ ପୁଲିସ ଧରିବା ପାଇଁ ଚେଷ୍ଟା ଚଲାଇଛି ।

ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ସ୍ୱାସ୍ଥ୍ୟକର୍ମୀ ମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଥାନାରେ ବିଜେପି ନେତାମାନେ ପହଞ୍ଚି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜୀ କରିଛନ୍ତି । ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି ।