ଫୁଲବାଣୀ ମେଡ଼ିକାଲ କଲେଜ ଦାବି ନେଇ ନାଗରିକ ମଞ୍ଚରେ ସାମିଲ ହେଲେ ଦୁଇ ବିଧାୟକ

ରିପୋର୍ଟ: ଜଗଦୀଶ ଦାସ
କନ୍ଧମାଳ(୨୯/୦୯): ଫୁଲବାଣୀ ଠାରେ ସରକାରୀ ମେଡିକାଲ କଲେଜ ସ୍ଥାପନକୁ ନେଇ ମିଳିତ ନାଗରିକ ମଞ୍ଚ ଦାବି କରିଆସୁଥିବା ବେଳେ ଆଜି ପୁଣି ଫୁଲବାଣୀ ପ୍ରେସ କ୍ଲବ ଠାରେ ନାଗରିକ ମଞ୍ଚ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦୁଇ ବିଧାୟକ ମଧ୍ୟ ଯୋଗଦେଇଥିଲେ |

ସେମାନେ ହେଲେ ଫୁଲବାଣୀ ବିଧାୟକ ଶ୍ରୀ ଅଙ୍ଗଦ କହଁର, ବାଲିଗୁଡାର ଚକ୍ରମଣୀ କହଁର ଏବଂ ସେମାନଙ୍କୁ ନାଗରିକ ମଞ୍ଚର ଉପଦେଷ୍ଟା ଭାବରେ ସଙ୍ଘର ସଭାପତି ଶ୍ରୀ ଡ଼ଃ ଅରୁପ ଜେନା ଘୋଷଣା କରିଥିଲେ । ଏହି ଦୁଇ ବିଧାୟକ ସରକାରୀ ମେଡିକାଲ କଲେଜ ପାଇଁ ବିଧାନସଭାରେ ଦାବି କରିବେ ବୋଲି ମତପ୍ରକାଶ କରିଥିଲେ ଏବଂ କୌଣସି ବ୍ୟକ୍ତି ବିଶେଷ ହେଉ ବା ବେସରକାରୀ ସଂସ୍ଥା ମେଡିକାଲ କଲେ ତାକୁ ବିରୋଧ ମଧ୍ୟ କରାଯିବ ବୋଲି ଶୁଣିବାକୁ ମିଳୁଛି । ଅତିଶୀଘ୍ର ମିଳିତ ନାଗରିକ ମଞ୍ଚ ଦ୍ୱାରା ବାରମ୍ବାର ଦାବି କରାଯିବ ବୋଲି ସଂଘର ଆବହକ ଶ୍ରୀ ଅଶୋକ ପରିଡା ପ୍ରକାଶ କରିଥିଲେ ଏବଂ ସରକାର ଶିଘ୍ର ସରକାରୀ କଲେଜ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରନ୍ତୁ ବୋଲି ଦାବି କରିଥିଲେ ।

Comments are closed.