Advertisements
Tuesday, June 2, 2020
Home District News ପୃଷ୍ଟିସାର ଶସ୍ୟ ଖାଦ୍ୟଭ୍ୟାସ ବୃଦ୍ଧି ନିମନ୍ତେ ଗ୍ରାମସ୍ତରୀୟ ସଚେତନ ଶିବିର ଅନୁଷ୍ଠିତ

ପୃଷ୍ଟିସାର ଶସ୍ୟ ଖାଦ୍ୟଭ୍ୟାସ ବୃଦ୍ଧି ନିମନ୍ତେ ଗ୍ରାମସ୍ତରୀୟ ସଚେତନ ଶିବିର ଅନୁଷ୍ଠିତ

ରିପୋର୍ଟ-ଭୋଜରାଜ ବରିହା
ଖପ୍ରାଖୋଳ(୨୯/୦୯): ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଳ ବ୍ଲକ ପୁତୁଲାମହୁଲ ବଜାର ଠାରେ ଓଡ଼ିଶା ସରକାର, ଆତ୍ମା ବଲାଙ୍ଗୀର, ୱlସନ,ଏନ.ସି.ଡ଼ି.ଏସ ଏବଂ ୱl.ସି.ଡ଼ି.ଏ ମିଳିତ ଉଦ୍ୟମରେ ପୃଷ୍ଟିସାର ଶସ୍ୟ ଖାଦ୍ୟଭ୍ୟାସ ବୃଦ୍ଧି ନିମନ୍ତେ ଗ୍ରାମ ସ୍ତରୀୟ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିରରେ ଲୋକମାନେ କିପରି ପୃଷ୍ଟିସାର ଶସ୍ୟ ଉତ୍ପାଦନ କରି ଖାଦ୍ୟ ରୂପରେ ଗ୍ରହଣ କରିବା ପାଇଁ ଲୋକଙ୍କୁ ମାଣ୍ଡିଆ ବରା,ମାଣ୍ଡିଆ ଲଡୁ,ମାଣ୍ଡିଆ ଚା, ଏବଂ ଗୁର୍ଜିର ଖିଚିଡ଼ି,କ୍ଷୀରି ପ୍ରସ୍ତୁତ କରି ଖାଇବା ପାଇଁ ଦିଆଯାଇଥିଲା।ଏହିପରି ହୋଟେଲ ମାନ ଏସ ଏଚ ଜି ଗ୍ରୁପ ମାଧ୍ୟମରେ ଗାଁ ଗାଁ ଖୋଲି ଲୋକଙ୍କୁ ପୃଷ୍ଠିସାର ଖାଦ୍ୟ ଖାଇବା ଅଭ୍ୟାସ କରାଇବା ପାଇଁ ଓଡ଼ିଶା ସରକାର, ଆତ୍ମା ବଲାଙ୍ଗୀର, ୱସନ ଏବଂ ୱ.ସି.ଡ଼ି.ଏ ପ୍ରୟାସ ଚଳାଇଛନ୍ତି |

କାର୍ଯ୍ୟକ୍ରମରେ ମହାଲଷ୍ମୀ କୃଷକ କ୍ଲବର ସମ୍ପାଦକ ଖୀରସିନ୍ଧୁ ବରିହା, ବ୍ଳକ କୋଡ଼ିନେଟର ହେମବନ୍ତି ନନ୍ଦନ ବେହେରା, ଉମେଶ ଗୁପ୍ତା ଥିବାବେଳେ ମଟିଆଭଟା ପଞ୍ଚାୟତର ସରପଞ୍ଚ ନରସିଂହ ସାହୁ, ଫକୀର ସାହୁ, ବାସନ୍ତୀ ମୁଣ୍ଡା,ସଦାନନ୍ଦ ବାଗ ଟିକୁନୁ ବାଗ ଏବଂ ସ୍ଵୟଂସହାୟିକା ଦଳର ମହିଳା ମାନେ ଯୋଗ ଦେଇଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: