Related Contents

ବିଜେପୁରରେ ବିଜେପିର ବିଜୟ ସୁନିଶ୍ଚିତ; ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୨୯/୦୯): ବିଜୁ ଜନତା ଦଳ ୨୦ ବର୍ଷର ଶାସନ ବିରୁଦ୍ଧରେ ଏବଂ ମୁଖ୍ୟମନ୍ତ୍ରୀ ବିଜେପୁର ବାସୀଙ୍କୁ କରିଥିବା ବିଶ୍ବାସଘାତକତା ପାଇଁ ବିଜେପୁର ନିର୍ବାଚନ ମଣ୍ଡଳୀର ସ୍ବାଭିମାନ ଭୋଟର ମାନେ ଏହି ଉପ ନିର୍ବାଚନରେ ବିଜୁ ଜନତା ଦଳକୁ ଉଚିତ୍ ଶିକ୍ଷା ଦେବେ

ଓ ସେଠାରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ବୋଲି ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମତ ଦେଇଛନ୍ତି | ଗତ ଉପ ନିର୍ବାଚନରେ ଯାହା ଯାହା ପ୍ରତିଶୃତି ବିଜେପୁର ବାସୀଙ୍କୁ ଦିଆଯାଇଥିଲା ତାହା ସ୍ବପ୍ନରେ ରହିଗଲା, ଗଙ୍ଗାଧର ମେହେର ସେଚ ପ୍ରକଳ୍ପ ୧ବର୍ଷ ଭିତରେ ବିଜେପୁର ବାସୀ ଜଳ ସେଚନ ସୁବିଧା ପାଇବେ ବୋଲି ଘୋଷଣା କରାଯାଇଥିବା ବେଳେ ଆଜି ଯାଏ ସେ ପ୍ରକଳ୍ପ ପାଇଁ ଗୋଟିଏ ଇଟା ମଧ୍ୟ ସ୍ଥାପନ ସରକାର କଲେ ନାହିଁ | ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି, ଚାଷୀ ମାନଙ୍କ ଇନସୁରେନସ୍, ଇନପୁଟ୍ ସବ୍ ସିଡି, ପିଇବା ପାଣିର ଉତ୍କଟ ସମସ୍ୟା, ସ୍କୁଲ ମାନଙ୍କରେ ଶିକ୍ଷକ ସମସ୍ୟା ପାଇଁ ୨୦ବର୍ଷର ବିଜୁ ଜନତା ଦଳର ସରକାର ଦାୟୀ ତେଣୁ ଏଥର ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ହେବ ବୋଲି ଶ୍ରୀ ପୁରୋହିତ ଦୃଢ ଶକ୍ତି ସହ ପ୍ରକାଶ କରିଛନ୍ତି ।

Comments are closed.