ପନିପରିବା ତୋଳିବାକୁ ଯାଇ କୁଅଁରେ ଗୋଡ଼ ଖସି ମହିଳାଙ୍କ ମୃତ୍ୟୁ

0
248
ପନିପରିବା

ରିପୋର୍ଟ : ଶିବ ବିଶୋଇ
ଲମତାପୁଟ, (୨୨/୧୦) : ଲମତାପୁଟ ଅଞ୍ଚଳରେ ପନିପରିବା ତୋଳିବାକୁ ଯାଇ କୁଅଁରେ ଗୋଡ଼ ଖସି ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମହିଳା ଜଣକ ମାଲେଗାଁ ଗ୍ରାମ ର ଭାବ ଦୋରା ।

ସୂଚନାନୁଯାୟୀ ଲମତାପୁଟ ସାପ୍ତାହିକ ହାଟ ଥିବାରୁ ସକାଳୁ ସକାଳୁ ସ୍ୱାମୀ କୁଶ ଙ୍କ ସହ ଭାବ ପନିପରିବା ତୋଳିବା ପାଇଁ ଯାଇଥିଲେ । କିଛି ପରିବା ତୋଳି ସ୍ୱାମୀ ପନିପରିବା ବିକ୍ରି ପାଇଁ ହାଟ କୁ ଚାଲିଯାଇଥିଲେ । ଭାବ ପରିବା ତୋଳିବା ସମୟରେ ନିକଟରେ ଥିବା କୁଅଁରେ ଖସି ପଡ଼ିଥିଲେ । ଦୀର୍ଘ ସମୟ ଅପେକ୍ଷା ପରେ ଭାବ ଘରକୁ ଫେରି ନଥିବା ଦେଖି ସମ୍ପର୍କୀୟ ଖୋଜା ଖୋଜି କରିବା ବେଳେ ପରିବା ବାଡ଼ ର କୁଅଁରେ ଭାବ ଭାସୁଥିବା ଦେଖିଥିଲେ । ସଙ୍ଗେ ସଙ୍ଗେ କୁଅଁ ରୁ ବାହାର କରିଥିଲେ ମଧ୍ୟ ଭାବ ଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣା ସ୍ଥଳରେ ଲମତାପୁଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଗ୍ରାମରେ ଶୋକାକୁଳ ପରିବେଶ ଥିବା ବେଳେ ଭାବ ଙ୍କ ଅକାଳ ମୃତ୍ୟୁ କୁ ନେଇ ସମ୍ପର୍କୀୟ ଙ୍କ କାନ୍ଦରେ ଫାଟି ପଡୁଛି ।