ଶିକ୍ଷାରୁ ବଞ୍ଚିତ ଦୁଇ ଛାତ୍ରଙ୍କୁ ସାହା ହେଲେ ସହକାରୀ ଜିଲ୍ଲାପାଳ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୯/୦୯): ବୈପାରୀଗୁଡା ବ୍ଲକ ମାଝୀଗୁଡା ପଞ୍ଚାୟତ ଅନ୍ତର୍ଗତ ତୋଟାପୋଡା ଗ୍ରାମର ଦୁଇ ବିଦ୍ୟାର୍ଥୀ ଶିକ୍ଷାରୁ ବଞ୍ଚିତ ହେବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା | ଏହି ଖବର ଜାଣିବା ପରେ ଗତକାଲି କୋରାପୁଟ ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଳିଆ ନିଜ ସାଥିରେ ଏମାନଙ୍କୁ ନେଇ ଦେଓଘାଟି ସେବାଶ୍ରମରେ ନାମ ଲେଖାଇଥିବା ଜଣାପଡିଛି |

ସୂଚନା ଥାଉକି ତୋଟାପୋଡାର ଆଇତା ଗାଦବାଙ୍କ ପୁଅ ଭକ୍ତ ଗାଦବା ଓ ଗୋପି ବଡ଼ନାୟକଙ୍କ ପୁଅ ପୁରୁଷୋତ୍ତମ ବଡ଼ନାୟକ ଲମତାପୁଟର ମନ୍ତ୍ରୀପୁଟ ସେବାଶ୍ରମରେ ପଞ୍ଚମ ଶ୍ରେଣୀ ଉତୀର୍ଣ୍ଣ ପରେ ବୈପାରୀଗୁଡାର କାନ୍ଦିଲିବେଡା ଓ ଦୋରଗୁଡ଼ା ସେବାଶ୍ରମ ପରି ଗୁଡ଼ାଏ ଜାଗାକୁ ଯାଇ ସେଠାରେ ପଢିବାକୁ ଆବେଦନ କରିଥିଲେ | କିନ୍ତୁ ନିରାଶ ହୋଇ ପିଲାଙ୍କୁ ଘରେ ଶିକ୍ଷାରୁ ବଞ୍ଚିତ କରି ରଖିବାକୁ ବାଧ୍ୟ ହେଲୁ ବୋଲି ଅଭିଭାବକ ପ୍ରକାଶ କରିଥିଲେ | ଏହି ଘଟଣାରେ ବୈପାରୀଗୁଡା ଶିକ୍ଷା ବିଭାଗ କୌଣସି ପଦକ୍ଷେପ ନେଇ ନ ଥିବା ବେଳେ କିନ୍ତୁ ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଳିଆ ନିଜ ଗାଡ଼ିରେ ବୈପାରୀଗୁଡାରୁ ସେହି ଦୁଇ ଛାତ୍ରଙ୍କୁ ନେଇ କୋରାପୁଟ ଦେଓଘାଟି ସେବାଶ୍ରମରେ ପହଞ୍ଚେଇଛନ୍ତି ଏବଂ ପିଲାଙ୍କୁ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି | ଏଥିପାଇଁ ଶ୍ରୀ ଅନୁଗୁଳିଆଙ୍କ ସହ ଗଣମଧ୍ୟମ ପ୍ରତିନିଧି ଗୋପୀନାଥ ଦୋରା, ରବିନାରାୟଣ ଗୌଡ଼ ଓ ସରୋଜ କୁମାର ଲେଙ୍କାଙ୍କୁ ଅଭିଭାବକ ମାନେ ଧନ୍ୟବାଦ ଜଣାଇଛନ୍ତି |

Comments are closed.