Friday, March 29, 2024

Top 5 This Week

Related Posts

ସିଲାଟି ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତଙ୍କୁ ବିନିକା କୋର୍ଟରେ ହାଜର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୧/୧୦) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବହୁ ଚର୍ଚିତ ସିଲାଟି ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତ କୁ ରିମାଣ୍ଡରେ ଅଣାଯାଇଛି ।

ସୂଚନା ଅନୁସାରେ ଗତ ୨୦୨୦ ମସିହା ଜୁଲାଇ ୨୨ ତାରିଖ ରାତିରେ ସିଲାଟି ଗ୍ରାମ ର ଗୋଟିଏ ପରିବାର ର ୩ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ସିଲାଟି ଗ୍ରାମ ର ଗୁଲୁ ଭୋଇ, ସ୍ତ୍ରୀ ବୈଦେହୀ ଭୋଇ ଏବଂ ବଡପୁଅ ଶିବ ଭୋଇ ଙ୍କୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ସେହି ଘଟଣା କୁ ନେଇ ଆଜି ଉତ୍ତରପ୍ରଦେଶ ରାଜ୍ୟ ଲଳିତପୁର ଜିଲ୍ଲା ବଡ଼ନାହାଲ ଗ୍ରାମର ପପୁ ସେନ (୪୫) କୁ ବିନିକା କୋର୍ଟ କୁ ରିମାଣ୍ଡ ରେ ଅଣାଯାଇଥିଲା ।

ସୂଚନା ଅନୁସାରେ ପପୁ ଉତ୍ତରପ୍ରଦେଶରେ ଏକ ହତ୍ୟା କେସରେ ଲଳିତପୁର ଜେଲରେ ଥିଲେ । ତେବେ ବିନିକା କୋର୍ଟ ର ନିର୍ଦ୍ଦେଶ କ୍ରମେ ବିନିକା ଥାନା ଏସଆଇ ରବିନ୍ଦ୍ର ସାହୁ ଏବଂ ଷ୍ଟାପ ଉତ୍ତରପ୍ରଦେଶ ଯାଇ ଜେଲ ରୁ ପପୁ କୁ ଆଣି ବିନିକା କୋର୍ଟରେ ହାଜର କରିଥିଲେ । ହାଜର ପରେ ତାଙ୍କୁ ସୋନପୁର ଜେଲରେ ରଖାଯାଇଛି । ୨ ରୁ ୩ ଦିନ ମଧ୍ୟରେ ପୁଲିସ ମଧ୍ୟ ତାକୁ ରିମାଣ୍ଡରେ ନେଇ ପଚରା ଉଚୁରା କରିବ ବୋଲି ଜଣାପଡିଛି ।

ପ୍ରକାଶ ଥାଉ କି ପପୁ ମୃତକ ଗୁଲୁ ଭୋଇ ଙ୍କ ଜ୍ୱାଇଁ ଅଟନ୍ତି ସେ ତାଙ୍କ ଝିଅ କୁ ବିବାହ କରିଥିଲେ । ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳି ଝଗଡା ଲାଗି ରହୁଥିଲା । ସେମାନେ ଏକାଠି ମଧ୍ୟ ରହୁନଥିଲେ । ସେଠାରେ ପପୁ ଏକ ହତ୍ୟା କରିବା ପରେ ଏଠାକୁ ଆସି ହତ୍ୟା କରିଛନ୍ତି ବୋଲି କୁହାଯାଉଛି ।

Popular Articles