ଜୁନାଗଡ଼ ଏକ୍ସପ୍ରେସ ଟ୍ରେନର ଗତିପଥ ଅପରିବର୍ତ୍ତନ ପାଇଁ ଅନଶନରେ ବସିଲେ ରାୟଗଡା ଯୁବ ବିକାଶ ପରିଷଦ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୨୯/୦୯/୨୦୧୯): ଜୁନାଗଡ଼-ଭୁବନେଶ୍ୱର ଭାୟା ରାୟଗଡା ଦେଇ ଯାଉଥିବା ଏକ୍ସପ୍ରେସ ଟ୍ରେନର ଗତିପଥ ପରିବର୍ତ୍ତନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଅନୁରୋଧ ପତ୍ର ମାଧ୍ୟମରେ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଯାହା ଦ୍ୱାରା ରାୟଗଡା ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କ ରାଜଧାନୀକୁ ଗମନା ଗମନରେ ବହୁ ସମସ୍ୟା ଉପୁଜିବ ।

କେନ୍ଦ୍ରମନ୍ତ୍ରୀଙ୍କ ସେହି ଅନୁରୋଧ ପତ୍ରକୁ ପ୍ରତିବାଦ କରିବା ସହ କୌଣସି ପରିସ୍ଥିତିରେ ରାୟଗଡା ଦେଇ ଯାଉଥିବା ଟ୍ରେନର ଗତିପଥ ପରିବର୍ତ୍ତନ ନ କରିବା ପାଇଁ ଦାବି କରି, ରାୟଗଡା ରେଳ ଷ୍ଟେସନରେ ଯୁବ ବିକାଶ ପରିଷଦ ପକ୍ଷରୁ ନିରାହାର ଅନସନ ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅନସନରେ ବସିଛନ୍ତି ବୋଲି ରାୟଗଡା ଯୁବ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି । ରାୟଗଡା ସହର ସମେତ ସମଗ୍ର ଜିଲ୍ଲାର ଜନ ସାଧାରଣ, ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ସାଧାରଣ ଜନତାଙ୍କୁ ଅନୁରୋଧ କରି ଏହି ସାମୁହିକ ଜନତାଙ୍କ ଗମନା ଗମନରେ ଉପୁଜିଥିବା ସମସ୍ୟା ସୁଧାରିବା ଲକ୍ଷନେଇ ଏହି ଅନସନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଯୁବ ବିକାଶ ପରିଷଦ ଅଧ୍ୟକ୍ଷ ଶିବାଜୀ ଦାସ ।

Comments are closed.