Thursday, March 28, 2024

Top 5 This Week

Related Posts

ଆଇ.ଆର.ବି. ନବମ ବାଟାଳୀଆନ ଦ୍ୱାରା ୬୩ ତମ ଶହୀଦ ଦିବସ ପାଳିତ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, ତା (୨୧/୧୦) : କଳାହାଣ୍ଡି ଜିଲ୍ଲା ଜାରିଙ୍ଗସ୍ଥିତ ନବମ ଆଇ.ଆର.ବି. ବାଟାଲିଆନ ଦ୍ୱାରା ୬୩ ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି ।

ଓଡ଼ିଶାର ୩ ଜଣ ଶହୀଦ ସମେତ ସାରା ଦେଶରେ ଶହୀଦ ହୋଇଥିବା ମୋଟ ୨୬୫ ଜଣ ଙ୍କୁ ଶହୀଦ ସ୍ତମ୍ଭ ନିକଟରେ ଗଭୀର ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା । ଏହି ଅବସରରେ ନବମ ଆଇ.ଆର.ବି. ବାଟାଳିଆନ ର କମାଣ୍ଡାଣ୍ଟ ଅକ୍ଷୟ କୁମାର ନାୟକ OAPS ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଇନ୍ସପେକ୍ଟର ବିଜୟ କୁମାର ନନ୍ଦ ଙ୍କ ନେତୃତ୍ତ୍ୱ ରେ ଅନୁଷ୍ଠିତ ପେରେଡ ରେ ଅଭିବାଦନ ଗ୍ରହଣ କରି ନବମ ବାଟାଳୀଆନ ସର୍ବଦା ଦେଶ ମାତୃକା ର ସେବା କରିବା ପାଇଁ ତତ୍ପର ଏବଂ ଉତ୍ସର୍ଗୀକୃତ ବୋଲି ପ୍ରକାଶ କରିଥିଲେ ।

ଏହି ଅବସରରେ ଓଡ଼ିଶାର କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ୨୦୦୬ ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିବା ଆଇ.ଆର.ବି. ତୃତୀୟ ବାଟାଳୀଆନ ସିପାହୀ ତନୁର୍ଜୟ ଦୁରିଆ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହିତ ଶହିଦ ଙ୍କ ଧର୍ମପତ୍ନୀ ଙ୍କୁ ଉପଢୌକନ ଇତ୍ୟାଦି ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ଡେପୁଟି କମାଣ୍ଡାଣ୍ଟ ପାତାର ସୋରେଙ୍ଗ OAPS ଓ ସନ୍ତୋଷ ବିଶ୍ୱାଳ OAPS ତଥା ଅଶିଷ୍ଟାଣ୍ଟ କମାଣ୍ଡାଣ୍ଟ କଲି ଚରଣ ମାଝି OAPS, ଶରତ କୁମାର ସୁନା OAPS ଓ ମହେନ୍ଦ୍ର ଭୋଇ OAPS ଙ୍କ ସମେତ ସମସ୍ତ ସୁବେଦାର, ସହକାରୀ ସୁବେଦାର ତଥା ସିପାହୀ ଙ୍କ ସମେତ ସ୍ଥାନୀୟ ଜଣା ପ୍ରତିନିଧି ତଥା ବୁଦ୍ଧିଜୀବି ଉପସ୍ଥିତ ଥିଲେ ।

Popular Articles