ବିପୁଳ ଚୋରା ବାସ ଚନ୍ଦନ କାଠ ଜବତ : ୨ ଗିରଫ

0
123
ବିପୁଳ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୧୦) : କାଶୀନଗର ପୋଲିସ କୁ ମିଳିଛି ବଡ଼ ସଫଳତା । ବିପୁଳ ଚୋରା ଚନ୍ଦନ କାଠ ଚାଲାଣ କାରୀଙ୍କୁ ଗିରଫ କରିବା ସହ ଚନ୍ଦନ କାଠ ପ୍ରାୟ ୭୭ କି.ଗ୍ରା. ଜବତ କରିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଗତ ଗୁରୁବାର ଦିନ କାଶୀନଗର ଥାନା ପୋଲିସ ହାଡୁଭାଙ୍ଗି ଛକ ଠାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ସନ୍ଦେହ ଜନକ ଭାବେ ଏକ ମୋଟର ସାଇକେଲ କୁ ଅଟକାଇ ଯାଞ୍ଚ କରିବା ବେଳେ ବିପୁଳ ବାସ ଚନ୍ଦନ କାଠ ଆନ୍ଧ୍ର କୁ ଚାଲାଣ ହେଉଥିବା ଖବର ପାଇ ଦୁଇ ସନ୍ଦିଗ୍ଧ ଙ୍କୁ ପଚରା ଉଚୁରା କରିବା ରେ କେ ସୀତାପୁର ଗ୍ରାମ ରେ ଥିବା ଏକ ସିମେଣ୍ଟ ଗୋଦାମ ରେ ଆଉ କିଛି କାଠ ରହିଥିବା ପୋଲିସ କୁ ଖବର ମିଳିଥିଲା ।

ଏହି ଦୁଇ ଚାଲାଣକାରୀ ହେଲେ କାଶୀନଗର ଥାନା ଅନ୍ତର୍ଗତ ପାର୍ଟଡା ପଞ୍ଚାୟତର ଗୋରବା ଗ୍ରାମ ର ଅମିନଦେବ ମଣ୍ଡଳ ଓ କେ ସୀତାପୁର ଗ୍ରାମ ର ଦନାର୍ଦନ ଚରତୀ ଯୁବକ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କାଶୀନଗର ଥାନା କେସ ନଂ ୧୩୦/୨୨ ଓ ଧାରା ୩୭୪,୩୪ ଆଈ ପି ସି କେସ ରୁଜ୍ଜୁ ହୋଇଛି । ଏମାନେ କେଉଁ ଦିନରୁ ଏହି ଚାଲାଣ କାର୍ଯ୍ୟ ରେ ଲିପ୍ତ ଥିବା ପୋଲିସ ପାଖରେ ଖବର ଥିଲା । ଏହି ଜବତ ଜବତ କାଠ ର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।