ରାଜୁପୁଟ ଠାରେ ଶିଶୁ ମହୋତ୍ସବ ୨୦୨୨ ଅନୁଷ୍ଠିତ

0
123
ରାଜୁପୁଟ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୨/୧୦) : ଆଞ୍ଚଳିକ ସାଧନ କେନ୍ଦ୍ର ରାଜୁପୁଟ ସେବାଶ୍ରମ ବିଦ୍ୟାଳୟ ଠାରେ ସୁଧାଂଶୁ କୁମାର ସ୍ୱାଇଁ ଅଧ୍ୟକ୍ଷତାରେ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବରେ ରାଜୁପୁଟ ସରପଞ୍ଚ ତଥା ସମାଜସେବୀ ପିତାମ୍ବର କିର୍ସାଙ୍କୁ ନିମନ୍ତ୍ରଣ କରିଥିବାରୁ ଧନ୍ୟବାଦ ଦେଉଛନ୍ତି । ସମ୍ମାନିତ ଅତିଥି ନାଏବ ସରପଞ୍ଚ ଯୋଗଦେଇଥିଲେ । ଏଠାରେ ରାଜୁପୁଟ ପଞ୍ଚାୟତ ଏବଂ ରାଜୁପାଲମା ପଞ୍ଚାୟତ ର ସବୁ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜ ଛାତ୍ରଛାତ୍ରୀ ମାନଙ୍କୁ ନେଇକି ଆସିଥିଲେ । ମୋଟ ୭୮ ଛାତ୍ରଛାତ୍ରୀ ଗୀତ, ନାଚ, ଗପ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଇତ୍ୟାଦିରେ ନାମ ପଞ୍ଜିକରଣ କରିଥିଲେ । ଚିତ୍ରାଙ୍କନ ପ୍ରଥମ ଜଗନ୍ନାଥ ମୁଳୁଲି ବୁଡ଼ାପୁଟ ଚାଲାନ ନନ୍ଦିବାଲି ଦ୍ୱତୀୟ ଭାବନି ଗୁଣ୍ଠା ତୃତୀୟ ଏମିତି ସମସ୍ତ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ସମସ୍ତଙ୍କୁ ମାନପତ୍ର ସହ ଖାତା କଲମ ପ୍ରଦାନ କରିଛନ୍ତି ରାଜୁପୁଟ ସରପଞ୍ଚ ତଥା ସମାଜସେବୀ ପିତାମ୍ବର କିର୍ସାନି । ଏହି କାର୍ଯ୍ୟକ୍ରମ ପାଇଁ ଅଞ୍ଚଳବାସୀ ବେଶ ଖୁସି ଛାତ୍ରଛାତ୍ରୀ ମାନେ ନିଜ ଗାଁରୁ ପଞ୍ଚାୟତ ପଞ୍ଚାୟତରୁ ବ୍ଲକ ବ୍ଲକରୁ ଜିଲ୍ଲା ଜିଲ୍ଲାରୁ ରାଜ୍ୟ ବିଶ୍ୱ ଦରବାରରେ ନିଜର ଲୁକ୍କାୟିତ ପ୍ରତିଭାକୁ ଆଗେଇ ନେଇ ଉତ୍ତମ ପରିଚୟ ସୃଷ୍ଟି କରନ୍ତୁ ମୁଁ ଆପଣ ମାନଙ୍କ ସହ ଅଛି ଯଥା ସମ୍ଭବ ସମ୍ପୂର୍ଣ୍ଣ ସହଯୋଗ କରିବି ବୋଲି ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଅବିଭାଷଣରେ କହିଛନ୍ତି ସରପଞ୍ଚ ତଥା ସମାଜସେବୀ ପିତାମ୍ବର କିର୍ସାନି ।