Related Contents

କେୟାର ଇଣ୍ଡିଆ ପକ୍ଷରୁ ଜାତୀୟ ପୋଷଣ ମାସର ବ୍ଲକ ସ୍ତରୀୟ ବୈଠକ

ରିପୋର୍ଟ: ଜଗଦୀଶ ଦାସ
ଜି.ଉଦୟଗିରି(୨୮/୦୯): କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବ୍ଲକର କୃଷି କାର୍ଯ୍ୟାଳୟ ସଭା ଗୃହରେ କେୟାର ଇଣ୍ଡିଆ ତରିନା ପ୍ରକଳ୍ପ ତରଫରୁ ଜାତୀୟ ପୋଷଣ ମାସ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା ।

ଏହି ବୈଠକରେ ବିଭିନ୍ନ ଗ୍ରାମର ମହିଳା ମାନେ ଯୋଗଦେଇ ପାରମ୍ପରିକ ବିଭିନ୍ନ ପ୍ରକାରର ପନିପରିବା ସହ ପୋଷଣ ଖାଦ୍ୟ ସାମଗ୍ରୀର ପ୍ରଦର୍ଶନ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମ କୁ କେୟାର ଇଣ୍ଡିଆର କର୍ମୀ ଶୁଶ୍ରୀ ପ୍ରୀତି ପ୍ରଜ୍ଞା ପରିଚାଲନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏମ. ଓ .ଆଇ .ସି ଡ଼ଃ ଶକ୍ତିକାନ୍ତ ମଲିକ ଯୋଗଦେଇଥିବା ବେଳେ ସମ୍ନାନିତ ଅତିଥି ଭାବେ ଡ଼ଃ ଶ୍ରୀପତି ସେଠୀ, ଆ ଇ ସି ଡ଼ି ଏସ ସୁପରଭାଇଜର ଶ୍ରୀମତି କଳ୍ପନା ନାୟକ, ତାରିନା ପ୍ରକଳ୍ପର ଜିଲ୍ଲା ଅଧିକାରୀ ଶୁ ଶ୍ରୀ ବିଜୟ ଲକ୍ଷ୍ମୀ ସିଂହ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଯୋଗଦେଇ ମହିଳା ମାନଙ୍କୁ ପୋଷଣର ଆବଶ୍ୟକତା ବିଷୟରେ ଆଲୋକପାତ କରି ସଚେତନତା କରିଥିଲେ । ଶେଷରେ ପ୍ରଭାତ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.